Kochi Police Commissioner: କୋଚି ମର୍ସିଡିଜ୍ ଦୁର୍ଘଟଣା ମାମଲା: ପୁଲିସ କମିଶନରଙ୍କୁ ହଟାଇଲେ କେରଳ ସରକାର

Oct 28, 2026 - 16:48
Kochi Police Commissioner: କୋଚି ମର୍ସିଡିଜ୍ ଦୁର୍ଘଟଣା ମାମଲା: ପୁଲିସ କମିଶନରଙ୍କୁ ହଟାଇଲେ କେରଳ ସରକାର

କୋଚି/ତିରୁବନନ୍ତପୁରମ୍: କେରଳ ର କୋଚିଠାରେ ଜଣେ ଅତିରିକ୍ତ ଜିଲ୍ଲା ଜଜ ଙ୍କ ୧୭ ବର୍ଷୀୟ ପୁଅ ଦ୍ୱାରା ଏକ ବିଳାସପୂର୍ଣ୍ଣ ମର୍ସିଡିଜ୍-ବେଞ୍ଜ୍ କାର୍ ଧକ୍କାରେ ୫୫ ବର୍ଷୀୟ ଜୟବାଲକୃଷ୍ଣନଙ୍କ ପ୍ରାଣହାନି ଘଟଣାରେ ପୁଲିସର ଶିଥିଳ ତଦନ୍ତକୁ ନେଇ ସାଧାରଣରେ ଆକ୍ରୋଶ ପ୍ରକାଶ ପାଇବା ପରେ କୋଚି ସହର ପୁଲିସ କମିଶନର କାଲିରାଜ୍ ମହେଶ କୁମାରଙ୍କୁ ତୁରନ୍ତ ବଦଳି କରାଯାଇଛି।

ଏହାସହିତ ମାମଲାରେ ଗୁରୁତର ଅବହେଳା ପାଇଁ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment ଗତ ଅକ୍ଟୋବର ୨୫ ତାରିଖରେ ଘଟିଥିବା ଏହି ଦୁର୍ଘଟଣା ସମୟରେ ଗାଡ଼ିଟି ପ୍ରାୟ ୧୦୪ କିଲୋମିଟର ଘଣ୍ଟାପ୍ରତି ବେଗରେ ଚାଲୁଥିବା ଭିଡିଓ ପ୍ରମାଣରୁ ଜଣାପଡ଼ିଛି।

ଘଟଣା ପରେ ପୁଲିସ କୋମଳ ମନୋଭାବ ଦେଖାଇ ଅଭିଯୁକ୍ତ ନାବାଳକକୁ ଥାନାରୁ ଜାମିନରେ ଛାଡ଼ିଦେବା ଏବଂ ପରବର୍ତ୍ତୀ ସମୟରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ପୁନର୍ବାର ଜାମିନ ମଞ୍ଜୁର କରିବାକୁ ନେଇ ଜନସାଧାରଣ ଓ ମୃତକଙ୍କ ପରିବାର ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।

ରାଜ୍ୟ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା।

କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ତଦନ୍ତରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

କେରଳ ହାଇକୋର୍ଟଙ୍କ ଅନୁମତି ପରେ ପୁଲିସ ଅତିରିକ୍ତ ଜିଲ୍ଲା ଜଜଙ୍କୁ ମୋଟର ଯାନ ଆଇନର ଧାରା '୧୯୯ଏ' ଅଧୀନରେ ଅଭିଯୁକ୍ତ ଭାବେ ନାମିତ କରିବା ସହ ତାଙ୍କ ବାସଭବନରେ ଚଢ଼ାଉ କରି ସିସିଟିଭି ଫୁଟେଜ୍ ଜବତ କରିଛି।

ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ତଦନ୍ତ ଭାର ଜିଲ୍ଲା କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।