IAS officer: ଏମିତି ଆଇଏଏସ ଦେଖିନଥିବେ: ନିଜ ଯାଆଁଳା ଛୁଆଙ୍କୁ ଅଙ୍ଗନୱାଡିରେ ପଢ଼ାଉଛନ୍ତି ମିତାଲୀ

Oct 05, 2026 - 18:22
IAS officer: ଏମିତି ଆଇଏଏସ ଦେଖିନଥିବେ: ନିଜ ଯାଆଁଳା ଛୁଆଙ୍କୁ ଅଙ୍ଗନୱାଡିରେ ପଢ଼ାଉଛନ୍ତି ମିତାଲୀ

"ନନ୍ଦୁରବାର (ମହାରାଷ୍ଟ୍ର): ଆଇଏଏସ (IAS) କିମ୍ବା ଆଇପିଏସ (IPS) ଅଫିସରଙ୍କ ସଫଳତା କାହାଣୀ ପ୍ରାୟତଃ ଲୋକଙ୍କୁ ପ୍ରେରଣା ଦେଇଥାଏ ।

ମାତ୍ର କିଛି ଅଫିସର ନିଜର ନିଷ୍ପତ୍ତି ଓ କାର୍ଯ୍ୟଶୈଳୀ ପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି ।

ଏଭଳି ଜଣେ ପ୍ରଶାସନିକ ଅଧିକାରୀ ହେଉଛନ୍ତି ମହାରାଷ୍ଟ୍ର କ୍ୟାଡରର ୨୦୧୭ ବ୍ୟାଚ୍‌ ଆଇଏଏସ ଅଫିସର ମିତାଲୀ ସେଠୀ ।

ନିଜର ଯାଆଁଳା ପୁଅଙ୍କୁ କୌଣସି ଦାମୀ ପ୍ରାଇଭେଟ୍ ସ୍କୁଲରେ ନ ପଢ଼ାଇ, ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇ ସେ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ।Advertisment ଆହୁରି ପଢନ୍ତୁ :AI: ଏଆଇ ପ୍ରଯୁକ୍ତି ଦ୍ବାରା ୯ ମାସରେ ୨୫୫ ହାତୀଙ୍କୁ ବଞ୍ଚାଇଛି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଡାକ୍ତରୀରୁ ପ୍ରଶାସନିକ ସେବାପଞ୍ଜାବର ଜଲନ୍ଧରର ମୂଳ ବାସିନ୍ଦା ମିତାଲୀ ପାଠପଢ଼ାରେ ବେଶ୍ ମେଧାବୀ ଥିଲେ ।

ଅମୃତସରରୁ ଦନ୍ତ ଚିକିତ୍ସା (BDS) ଡିଗ୍ରୀ ହାସଲ କରିବା ପରେ ସେ ଚେନ୍ନାଇରୁ ଅର୍ଥୋଡୋଣ୍ଟିକ୍ସରେ ମାଷ୍ଟର୍ସ (MDS) ସମ୍ପୂର୍ଣ୍ଣ କରିଥିଲେ ।

ଜଣେ ପେଶାଦାର ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଥମେ ତାଙ୍କୁ ଆଇଏଏସ୍ ବିଷୟରେ ବିଶେଷ ଧାରଣା ନଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ଜନସେବା ପାଇଁ ସିଭିଲ୍ ସର୍ଭିସେସ୍ ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଥିଲା ।

ଲଗାତାର ଦୁଇଟି ପ୍ରଚେଷ୍ଟାରେ ବିଫଳ ହେବା ସତ୍ତ୍ୱେ ସେ ହାର୍ ମାନିନଥିଲେ ।

ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ୨୦୧୭ UPSC ସିଭିଲ୍ ସେବା ପରୀକ୍ଷାରେ (ତୃତୀୟ ପ୍ରଚେଷ୍ଟା) ସାରା ଦେଶରେ ୫୬ତମ ର‍୍ୟାଙ୍କ ହାସଲ କରି ଆଇଏଏସ ହୋଇଥିଲେ ।

ଆହୁରି ପଢନ୍ତୁ :RRC NWR Apprentice Recruitment: ରେଳବାଇରେ ପୁଣି ଏକ ନୂଆ ଚାକିରିର ସୁଯୋଗ ଅଙ୍ଗନୱାଡି କେନ୍ଦ୍ରକୁ କାହିଁକି ବାଛିଲେ?ବର୍ତ୍ତମାନ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର କଲେକ୍ଟର (ଜିଲ୍ଲାପାଳ) ଭାବେ କାର୍ଯ୍ୟରତ ମିତାଲୀ, ନିଜର ୩ ବର୍ଷର ଯାଆଁଳା ପୁଅଙ୍କୁ ବାସଭବନ ନିକଟସ୍ଥ ସରକାରୀ ଅଙ୍ଗନୱାଡିରେ ଭର୍ତ୍ତି କରାଇଥିଲେ ।

ଏହି ନିଷ୍ପତ୍ତି ପଛରେ କୌଣସି ପ୍ରଚାର କିମ୍ବା ପବ୍ଲିସିଟି ଷ୍ଟଣ୍ଟ ନଥିଲା ।

ସେ ଅଙ୍ଗନୱାଡିର କାର୍ଯ୍ୟଶୈଳୀ ଓ କର୍ମଚାରୀଙ୍କ ବ୍ୟବହାର ଦ୍ୱାରା ପ୍ରଭାବିତ ହୋଇଥିଲେ ।

ବିଶେଷ କରି ସେଠାରେ ଛୋଟ ପିଲାଙ୍କ ଓଜନ ମାପିବା ପାଇଁ ବ୍ୟବହୃତ ହେଉଥିବା ଏକ ସ୍ୱତନ୍ତ୍ର କପଡ଼ା ଝୁଲା (ଝୋଲି) ତାଙ୍କୁ ବହୁତ ପସନ୍ଦ ଆସିଥିଲା, ଯେଉଁଥିରେ ପିଲାମାନେ କାନ୍ଦିବା ପରିବର୍ତ୍ତେ ହସିହସି ବସୁଥିଲେ ।

ଆହୁରି ପଢନ୍ତୁ :Political Crisis: ସ୍ପେନରେ ଗୃହ ସଙ୍କଟ ଏବଂ ବିଶାଳ ପ୍ରତିବାଦ ଆଗରେ ମୁଣ୍ଡ ନୁଆଁଇଲେ ସରକାର: ଆଗୁଆ ନିର୍ବାଚନ ଘୋଷଣା ପିଲାଙ୍କ ପାଇଁ ଜୀବନର ପ୍ରାରମ୍ଭିକ ଶିକ୍ଷାଆଜି ତାଙ୍କ ପୁଅମାନଙ୍କୁ ୪ ବର୍ଷ ହୋଇସାରିଛି ଏବଂ ସେମାନେ ନିୟମିତ ଅଙ୍ଗନୱାଡି ଯାଉଛନ୍ତି ।

ମିତାଲୀଙ୍କ ମତରେ, "ପ୍ରାରମ୍ଭିକ ବୟସରେ ବହିର ଶିକ୍ଷା କିମ୍ବା ଦାମୀ ବିଜ୍ଞାପନ ଅପେକ୍ଷା ପିଲାମାନଙ୍କୁ ଆପଣାପଣ, ସାମାଜିକ ପରିବେଶ ଓ ସମ୍ବେଦନଶୀଳତା ଶିଖିବା ଅଧିକ ଜରୁରୀ।

ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇ ମଧ୍ୟ ସରକାରୀବ୍ୟବସ୍ଥା ଉପରେ ଏଭଳି ଆସ୍ଥା ପ୍ରକଟ କରି ସେ ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।