IAS: ଆଇଏଏସ ସ୍ତରରେ ଅଦଳବଦଳ: ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଭାବେ ନିଯୁକ୍ତି

Nov 05, 2026 - 13:35
IAS: ଆଇଏଏସ ସ୍ତରରେ ଅଦଳବଦଳ: ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଭାବେ ନିଯୁକ୍ତି

ଭୁବନେଶ୍ୱର: ଆଇଏଏସ ସ୍ତରରେ ଆଜି ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୂପା ମିଶ୍ର ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ସହ ସଚିବ ଭାବରେ ନିଯୁକ୍ତି ମିଳିଛି ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଥିବା ଗିରିଶ ଏସ.ଏନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ତଥା କମିଶନର ଭାବେ ବଦଳି କରାଯାଇଛି | Advertisment ଆହୁରି ପଢନ୍ତୁ: OAS: ସିଡିଓ ସମୀର ଜେନାଙ୍କୁ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଏଏସ୍ ସଂଘ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ତଥା କମିଶନର ଅସ୍ବଥି ଏସଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି | ସେ ସିଟି-ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ | ସେହିପରି ଓଡିଶା ବନ ଉନ୍ନୟନ ନିଗମର ଚେୟାରମ୍ୟାନ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।