ICC Players: ଗିଲ୍‌ ଓ ଶେଫାଳି ମାସର ଶ୍ରେଷ୍ଠ ଆଇସିସି ଖେଳାଳି

Oct 13, 2026 - 15:31
ICC Players: ଗିଲ୍‌ ଓ ଶେଫାଳି ମାସର ଶ୍ରେଷ୍ଠ ଆଇସିସି ଖେଳାଳି

"ନୂଆଦିଲ୍ଲୀ: ଦୁଇ ଭାରତୀୟବ୍ୟାଟର୍‌ ଶୁଭମନ ଗିଲ୍ ଏବଂ ଶେଫାଳି ବର୍ମା ସେପ୍ଟେମ୍ବର ମାସ ପାଇଁ ଆଇସିସିର ଶ୍ରେଷ୍ଠ ଖେଳାଳି ସମ୍ମାନ ଅର୍ଜନ କରିଛନ୍ତି।

ଗିଲ୍‌ ପୁରୁଷ ବର୍ଗ ପାଇଁ ଏବଂ ଶେଫାଳି ମହିଳା ବର୍ଗ ପାଇଁ ଏହି ପୁରସ୍କାର ବିଜେତା ହୋଇଛନ୍ତି।

ଭାରତୀୟ ଦିନିକିଆ ଦଳ ଅଧିନାୟକ ଗିଲ୍‌ ରେକର୍ଡ ପଞ୍ଚମ ଥର ପାଇଁ ଏହା ଅର୍ଜନ କରି ନୂଆ କୀର୍ତିମାନ ବି ପ୍ରତିଷ୍ଠା କରିଛନ୍ତି।ଗିଲ୍‌ ଗତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ (୧୧୦) ଏବଂ ଦ୍ବିଶତକ (୨୨୩) ଅର୍ଜନ କରିଥିଲେ।

ଶେଫାଳି ମହିଳା ଏସିଆ କପ୍‌ରେ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଓ ଏସୀୟ କ୍ରୀଡ଼ା ସେମିଫାଇନାଲ୍‌ରେ ଶତକ ହାସଲ କରିଥିଲେ।Advertisment  ତୃତୀୟ ଥର ପାଇଁ ଗୋଟିଏ ମାସର ଉଭୟ ପୁରୁଷ ଓ ମହିଳା ବର୍ଗର ପୁରସ୍କାର ଭାରତୀୟ ଜିତି ନେଇଛନ୍ତି।

ଗିଲ୍‌ ପୂର୍ବରୁ ୨୦୨୩ରେ ଜାନୁଆରି ଓ ସେପ୍ଟେମ୍ବରରେ ଏବଂ ୨୦୨୫ ମସିହାର ଫେବ୍ରୁଆରି ଓ ଜୁଲାଇରେ ମଧ୍ୟ ଶ୍ରେଷ୍ଠ ଖେଳାଳି ହୋଇଥିଲେ।

୨୭ ବର୍ଷୀୟ ଗିଲ୍‌ ଗତ ମାସରେ ୧୩୩ ବଲ୍‌ରୁ ୨୨୩ ରନ୍‌ ସଂଗ୍ରହ କରିବା ଅବସରରେ ଦ୍ରୁତତମ ଦ୍ବିଶତକ ହୋଇଥିଲା।

ଫଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪୦୬ ରନ୍‌ ପଶ୍ଚାତ୍‌ଧାବନକୁ ଭାରତ ୩୯ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା।

ସେହିଭଳି ଶେଫାଳି ଏସିଆ କପ୍‌ରେ ୧୮୪.୬୧ ଷ୍ଟ୍ରାଇକରେଟ୍‌ରେ ସର୍ବାଧିକ ୩୬୦ ରନ୍‌ ସଂଗ୍ରହ କରିବା ସହ ଏସୀୟ କ୍ରୀଡ଼ାରେ ବାଂଲାଦେଶ ବିପକ୍ଷ ସେମିଫାଇନାଲ୍‌ରେ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକ (୧୦୦*) ଏବଂ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ୪୮ ରନ୍‌ କରି ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲେ।

ପୂର୍ବରୁ ୨୦୨୪ ଜୁନ୍‌ରେ ଯଶପ୍ରୀତ୍‌ ବୁମ୍‌ରା, ସ୍ମୃତି ମନ୍ଧାନା ଏବଂ ୨୦୨୫ ଅଭିଷେକ ଶର୍ମା ଓ ସ୍ମୃତି ମନ୍ଧାନା ଏହି ସମ୍ମାନକୁ ପୋଛି ନେଇଥିଲେ।

ମନ୍ଦିର ନିର୍ମାଣ ବେଳେ ଖସିଲା ସ୍ଲାବ୍, ୪୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।