ICC T20 Ranking: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଈଶାନ-ଅଭିଷେକ ୧-୨

Sep 16, 2026 - 18:34
ICC T20 Ranking: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଈଶାନ-ଅଭିଷେକ ୧-୨

"ଦୁବାଇ: ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ବଡ଼ ଉନ୍ନତି ଦେଖିବାକୁ ମିଳିଛି।

ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ବ୍ୟାଟିଂରେ ପୂର୍ବ ଭଳି ଈଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଅଭିଷେକ ଶର୍ମାଗୋଟିଏ ସ୍ଥାନ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି।

ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ୫ରେ ଏବଂ ଯଶ୍‌ପ୍ରୀତ ବୁମ୍‌ରା ୧୦ ମଧ୍ୟ‌ରେ ପ୍ରବେଶ କରିଛନ୍ତି।

ପ୍ରଥମ ମ୍ୟାଚ୍‌ରେ ୮୨ ରନ୍‌ କରିଥିବା ଅଭିଷେକ ପାକିସ୍ତାନର ସାହିବଜାଦା ଫର୍‌ହାନ୍‌ଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ତେବେ ତିଳକ ବର୍ମା ଗୋଟିଏ ସ୍ଥାନ ଖସି ଅଷ୍ଟମରେ ରହିଛନ୍ତି।

ବରୁଣ ୨ଟି ଏବଂ ବୁମ୍‌ରା ୭ଟି ସ୍ଥାନ ଉଠି ଯଥାକ୍ରମେ ପଞ୍ଚମ ଓ ଦଶମ ସ୍ଥାନରେ ରହିଛନ୍ତି।

ଅର୍ଶଦୀପ ୧୧ ସ୍ଥାନ ଲମ୍ଫ ଦେଇ ୧୪କୁ ଏବଂ ଅକ୍ଷର ପଟେଲ ୨୭କୁ ଉଠିଛନ୍ତି।Advertisment ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।