ICC ରାଙ୍କିଂରେ ହେଲା ବଡ଼ ଅଦଳବଦଳ: ଏ ଉଠିଲେ ଉପରକୁ, ଏହି ଖେଳାଳି ଖସିଲେ…ଦେଖନ୍ତୁ କିଏ କେଉଁ ସ୍ଥାନରେ

Oct 21, 2026 - 14:43
ICC ରାଙ୍କିଂରେ ହେଲା ବଡ଼ ଅଦଳବଦଳ: ଏ ଉଠିଲେ ଉପରକୁ, ଏହି ଖେଳାଳି ଖସିଲେ…ଦେଖନ୍ତୁ କିଏ କେଉଁ ସ୍ଥାନରେ

ନୂଆଦିଲ୍ଲୀ,୨୧।୧୦: ଆଇସିସି ପକ୍ଷରୁ ଟି-୨୦ କ୍ରିକେଟ୍‌ରେ ନୂଆ ରାଙ୍କିଂ ଜାରି ହୋଇଛି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଶେଷ ହେବା ପରେ ବ୍ୟାଟିଂ ରାଙ୍କିଂରେ ଭାରତୀୟ ଖେଳାଳି ଈଶାନ କିଶନ ନିଜର ନମ୍ବର-୧ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ, ସିରିଜରେ ଦୁଇଟି ଶତକ ହାସଲ କରିଥିବା ୱେଷ୍ଟଇଣ୍ଡିଜ ଅଧିନାୟକ ଶାଇ ହୋପଙ୍କୁ ରାଙ୍କିଂରେ ବଡ଼ ଫାଇଦା ମିଳିଛି। ସେ ୧୧ତମ ସ୍ଥାନରୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି।

ତେବେ ଭାରତୀୟ ବୋଲରଙ୍କ ରାଙ୍କିଂରେ ବିଶେଷ ଉନ୍ନତି ହୋଇନାହିଁ। ଅକ୍ଷର ପଟେଲ ଗୋଟିଏ ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛନ୍ତି। ଯଶପ୍ରୀତ ବୁମ୍‌ରା ୧୭ତମ ଏବଂ ଅର୍ଶଦୀପ ସିଂହ ୨୧ତମ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ନଖେଳିଥିବା ବରୁଣ ଚକ୍ରବର୍ତ୍ତୀ ୫ଟି ସ୍ଥାନ ହରାଇ ୨୦ତମ ସ୍ଥାନକୁ ଖସିଛନ୍ତି।

ଭାରତ ବିପକ୍ଷ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ଅଧିନାୟକ ଶାଇ ହୋପଙ୍କୁ ବ୍ୟାଟରୁ ରନ ବର୍ଷା ହୋଇଥିଲା। ସେ ୪ଟି ଇନିଂସରେ ମୋଟ ୨୬୧ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ଦମଦାର ପ୍ରଦର୍ଶନର ଫାଇଦା ତାଙ୍କୁ ଆଇସିସି ରାଙ୍କିଂରେ ମିଳିଛି। ପୂର୍ବରୁ ୧୧ତମ ସ୍ଥାନରେ ଥିବା ହୋପ ଏବେ ନବମ ସ୍ଥାନକୁ ଉଠିଛନ୍ତି। ଫଳରେ ସେ ବିଶ୍ୱର ଟପ-୧୦ ଟି-୨୦ ବ୍ୟାଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଂରେ ଈଶାନ କିଶନ ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତର ଅଭିଷେକ ଶର୍ମା ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ଟି-୨୦ ଅଧିନାୟକ ସାହିବଜାଦା ଫରହାନ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଚତୁର୍ଥ ସ୍ଥାନରେ ରହିଛନ୍ତି।
ଅନ୍ୟପଟେ, ଭାରତୀୟ ବ୍ୟାଟର ତିଳକ ବର୍ମା ଗୋଟିଏ ସ୍ଥାନ ହରାଇଥିଲେ ମଧ୍ୟ ଟପ-୧୦ରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେ ଦଶମ ସ୍ଥାନରେ ଅଛନ୍ତି।
ୱେଷ୍ଟଇଣ୍ଡିଜର ଅନ୍ୟତମ ବ୍ୟାଟର ଶେରଫାନ ରଦରଫୋର୍ଡ ମଧ୍ୟ ଭାରତ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ଟି ଇନିଂସରେ ୨୨୧ ରନ କରିବା ସହ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ପ୍ରଦର୍ଶନ ଯୋଗୁ ତାଙ୍କ ରାଙ୍କିଂରେ ୬ଟି ସ୍ଥାନର ଉନ୍ନତି ହୋଇଛି। ସେ ଏବେ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ଟି-୨୦ ବୋଲିଂ ରାଙ୍କିଂରେ ଅକ୍ଷର ପଟେଲ ଭାରତର ଶ୍ରେଷ୍ଠ ସ୍ଥାନରେ ଥିବା ବୋଲର। କିନ୍ତୁ ସେ ଗୋଟିଏ ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ପହଞ୍ଚିଛନ୍ତି।
ଯଶପ୍ରୀତ ବୁମ୍‌ରା ୧୭ତମ ଓ ଅର୍ଶଦୀପ ସିଂହ ୨୧ତମ ସ୍ଥାନରେ ରହିଛନ୍ତି। ସେହିପରି ସିରିଜରୁ ବାଦ୍‌ ପଡ଼ିଥିବା ବରୁଣ ଚକ୍ରବର୍ତ୍ତୀ ୫ଟି ସ୍ଥାନ ହରାଇ ୨୦ତମ ସ୍ଥାନକୁ ଖସିଛନ୍ତି। ମୋଟାମୋଟି ଭାବେ, ନୂଆ ICC ଟି-୨୦ ରାଙ୍କିଂରେ ଈଶାନ କିଶନଙ୍କ ଶୀର୍ଷ ସ୍ଥାନ ବଜାୟ ରହିଥିବାବେଳେ ଶାଇ ହୋପ ଓ ଶେରଫାନ ରଦରଫୋର୍ଡଙ୍କୁ ଭାରତ ବିପକ୍ଷ ସିରିଜରେ ଦମ୍‌ଦାର ପ୍ରଦର୍ଶନର ଫାଇଦା ମିଳିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।