Idol Stolen From Temple: ମନ୍ଦିରରୁ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ ଲଗାଇଦେଲେ ଛତା
ଗାଁ ବିବାଦରୁ ମନ୍ଦିରରୁ ଚୋରି! ବାଲିଅନ୍ତା ବୁଢ଼ାଲୋ ଗାଁର ଗ୍ରାମଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି ଅଭିଯୋଗ। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ କେହି ଦୁର୍ବୃତ୍ତ ବଳପୂର୍ବକ ମୂର୍ତ୍ତି ନେଇଯାଇଥିବା ସିସିଟିଭି ଫୁଟେଜ୍ ରୁ ଜଣାପଡ଼ିଛି। ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଲାଗିଥିବା ସିସିଟିଭିରେ ଛତା ରଖି ମୂର୍ତ୍ତି ନେଇଯାଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତି ଉଦ୍ଧାର ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ କିଏ ଏବଂ କାହିଁକି ଗ୍ରାମଦେବତୀଙ୍କ ମୂର୍ତ୍ତିକୁ ଉଠାଇନେଲା ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ଗ୍ରାମଦେବତୀଙ୍କୁ ନେଇ ପଡ଼ୋଶୀ ଗାଁ ସହ ୨୦୦୬ ମସିହାରୁ ବିବାଦ ଲାଗି ରହିଥିବା ଜଣାପଡିଛି।
ତେଣୁ ଏବେ ପୁରୁଣା ବିବାଦକୁ ନେଇ ପଡ଼ୋଶୀ ଗାଁ ଉପରେ ସନ୍ଦେହ କରୁଛନ୍ତି ଗ୍ରାମବାସୀ। ତେବେ ଏନେଇ ସମ୍ପୃକ୍ତ ଗାଁ ପକ୍ଷରୁ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିନାହିଁ।
ଠାକୁରଙ୍କୁ ବି ଛାଡିଲେନି, ମନ୍ଦିରରୁ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ
ବାଲିଅନ୍ତା ବୁଢ଼ାଲୋ ଗାଁରେ ଗ୍ରାମଦେବତୀ ମନ୍ଦିରରୁ ମୂର୍ତ୍ତି ଚୋରି
ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି
ଥାନା ଘେରିଲେ ବୁଢ଼ାଲୋ ଗ୍ରାମବାସୀ
ଗାଁ ବିବାଦରୁ ମନ୍ଦିରରୁ ଚୋରି ସନ୍ଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।