IGNOU: ଇଗ୍ନୋରେ ପ୍ରଫେସର ସହ ୪୩ଟି ପଦବି ପାଇଁ ବାହାରିଲା ନିଯୁକ୍ତି
"ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ପକ୍ଷରୁ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମୋଟ ୪୩ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି।
୧୪ଟି ଭିନ୍ନ ଭିନ୍ନ ସ୍କୁଲ୍ ଅଫ୍ ଷ୍ଟଡିଜ୍ରେ ଏହି ନିଯୁକ୍ତି ଦିଆଯିବ।
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ignou.ac.in ମାଧ୍ୟମରେ ଅନ୍ଲାଇନ୍ ଆବେଦନ କରିପାରିବେ।Advertisment ମିଳିଥିବା ସୂଚନା ମୁତାବକ ପ୍ରଫେସର ପାଇଁ ୨୧ଟି ପଦବି ଥିବାବେଳେ ଆସୋସିଏଟ୍ ପ୍ରଫେସର ପାଇଁ ୧୬ଟି ପଦବୀ ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୦୬ଟି ପଦବୀ ପାଇଁ ନିଯୁକ୍ତି ଦିଆଯିବ।
ଏଥିମଧ୍ୟରୁ ସାଧାରଣ ବର୍ଗ (Unreserved) ପାଇଁ ୧୨ଟି, ଓବିସି (OBC) ପାଇଁ ୧୫ଟି, ଏସସି (SC) ପାଇଁ ୮ଟି, ଏସଟି (ST) ପାଇଁ ୫ଟି ଏବଂ ଭିନ୍ନକ୍ଷମ (PwBD) ପ୍ରାର୍ଥୀଙ୍କ ପାଇଁ ୩ଟି ପଦବୀ ସଂରକ୍ଷିତ ରହିଛି।
ଆହୁରି ପଢନ୍ତୁ: Asia Book of Records: ନି ଷ୍ଟ୍ରାଇକରେ ସଚିନଙ୍କ ଏସିଆ ରେକର୍ଡ ଚୟନ ପ୍ରକ୍ରିୟା ଏବଂ ଯୋଗ୍ୟତାପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଆବେଦନ ଗ୍ରହଣ କରାଯିବ।
ପ୍ରାର୍ଥୀମାନଙ୍କୁ ସ୍କ୍ରିନିଂ କରାଯିବା ପରେ ଚୟନ କମିଟି ଦ୍ୱାରା ସାକ୍ଷାତକାର (Interview) ମାଧ୍ୟମରେ ସିଧାସଳଖ ନିଯୁକ୍ତି ଦିଆଯିବ।
ଏଥିପାଇଁ ଅନ୍ଲାଇନ୍ ଆବେଦନ ୨୦ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହୋଇସାରିଛି।
ଅନ୍ଲାଇନ୍ ଆବେଦନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୬ ଥିବାବେଳେ ହାର୍ଡ କପି ଦାଖଲର ଶେଷ ତାରିଖ ୩୦ ଅକ୍ଟୋବର ୨୦୨୬ ରହିଛି।
ଆହୁରି ପଢନ୍ତୁ: Judgement: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ପ୍ରଥମ ଘଟଣା: ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ କିପରି ଆବେଦନ କରିବେ?ପ୍ରାର୍ଥୀମାନେ ignou.ac.inକୁ ଯାଇ ଅନ୍ଲାଇନ୍ ଫର୍ମ ପୂରଣ କରିବା ସହ ନିଜର ଆବଶ୍ୟକୀୟ ଦସ୍ତାବିଜ୍ ଅପଲୋଡ୍ କରିବେ।
ଅନ୍ଲାଇନ୍ ଫର୍ମ ଦାଖଲ କରିବା ପରେ ଫର୍ମର ପ୍ରିଣ୍ଟଆଉଟ୍ ସହ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ ନିମ୍ନଲିଖିତ ଇଗ୍ନୋ ଠିକଣାରେ ଡାକ ମାଧ୍ୟମରେ ପଠାଇବାକୁ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।