IIM Lucknow: ଆଇଆଇଏମ ଲକ୍ଷ୍ନୌର ନିଆରା ପଦକ୍ଷେପ: ପାରିବାରିକ ବ୍ୟବସାୟ ପାଇଁ ଆରମ୍ଭ ହେଲା ୨ ବର୍ଷୀୟ ଏମବିଏ କୋର୍ସ
ଲକ୍ଷ୍ନୌ: ଦେଶର ଅନ୍ୟତମ ପ୍ରତିଷ୍ଠିତ ପରିଚାଳନା ପ୍ରତିଷ୍ଠାନ 'ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ' (IIM) ଲକ୍ଷ୍ନୌ ପକ୍ଷରୁ ଯୁବ ବ୍ୟବସାୟୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋର୍ସ ଆରମ୍ଭ କରାଯାଇଛି। ନିଜର ପାରିବାରିକ ବ୍ୟବସାୟକୁ ଆଧୁନିକ କର୍ପୋରେଟ୍ ରୂପ ଦେବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ନୂତନ ୨-ବର୍ଷୀୟ ‘MBA in Family Business’ ପ୍ରୋଗ୍ରାମ୍ ଘୋଷଣା କରାଯାଇଛି। ଏହି କୋର୍ସର ପ୍ରଥମ ବ୍ୟାଚ୍ ଆଗାମୀ ଜୁଲାଇ ୨୦୨୭ରୁ ଆରମ୍ଭ ହେବ।
କାହିଁକି ସ୍ୱତନ୍ତ୍ର ଏହି କୋର୍ସ?
ସାଧାରଣ କର୍ପୋରେଟ୍ କମ୍ପାନି ଏବଂ ପାରିବାରିକ ବ୍ୟାବସାୟ ପରିଚାଳନାର ଆହ୍ୱାନ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ପରିବାର ମଧ୍ୟରେ ବ୍ୟବସାୟକୁ ଆଗକୁ ବଢ଼ାଇବା, ଏହାର ଭବିଷ୍ୟତ ରଣନୀତି, ବଜାରରେ ବ୍ରାଣ୍ଡର ପରିସର ବୃଦ୍ଧି ଏବଂ ଆଧୁନିକ ପ୍ରଣାଳୀରେ ସମସ୍ୟାର ସମାଧାନ କରିବା ପାଇଁ ଏହି କୋର୍ସଟିକୁ ବିଶେଷ ଭାବେ ଡିଜାଇନ୍ କରାଯାଇଛି।
ଆହୁରି ପଢନ୍ତୁ: ABVP: ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆବଶ୍ୟକୀୟ ଯୋଗ୍ୟତା ଏବଂ '୨୦ କୋଟି' ନିୟମ
ଏହି କୋର୍ସରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବ୍ୟାବସାୟିକ ପ୍ରତିଷ୍ଠାନର ବାର୍ଷିକ ଟର୍ନଓଭର୍ କିମ୍ବା ନିବେଶ (Investment) ସର୍ବନିମ୍ନ ୨୦ କୋଟି ଟଙ୍କା ହୋଇଥିବା ଆବଶ୍ୟକ। ଇଛୁକ ଛାତ୍ର ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ନମ୍ବର ସହ ଗ୍ରାଜୁଏସନ୍ ଯୋଗ୍ୟତା ହାସଲ କରିଥିବେ। ଏଥିପାଇଁ GMAT କିମ୍ବା GRE ର ବୈଧ ସ୍କୋର ଆବଶ୍ୟକ ଥିବାବେଳେ, ଏହା ନଥିଲେ ପ୍ରାର୍ଥୀମାନେ ଆଇଆଇଏମ ଲକ୍ଷ୍ନୌର ପ୍ରବେଶିକା ପରୀକ୍ଷାରେ ମଧ୍ୟ ଭାଗ ନେଇପାରବେ।
ଆହୁରି ପଢନ୍ତୁ: Odia Film: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ମଧୁମାଳତୀ’, ପ୍ରେମର ନିଆରା କାହାଣୀରେ ମନ ଜିଣିଲେ ମହାଶ୍ୱେତା ଓ ସଞ୍ଜୟ ମିଶ୍ରା
ପାଠପଢ଼ା ଆଇଆଇଏମ ଲକ୍ଷ୍ନୌର ନୋଏଡା କ୍ୟାମ୍ପସରେ ଅନୁଷ୍ଠିତ ହେବ। ବ୍ୟବସାୟରେ ଜଡ଼ିତ ଥିବା ଯୁବକମାନେ ଯେପରି ନିଜ କାମ ଛାଡ଼ି ନ ପାରନ୍ତି, ସେଥିପାଇଁ ମାସରେ ମାତ୍ର ଥରେ (୭ ଦିନ ପାଇଁ) କ୍ୟାମ୍ପସକୁ ଆସି ପାଠପଢ଼ିବାର ସୁବିଧା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।