IIT Campus Placements: ଆଇଆଇଟିରେ କ୍ୟାମ୍ପସରୁ ଓରାକଲ୍ ସମେତ ୨୨ କମ୍ପାନି ବାଦ; ଦୁଇଟି ପ୍ଲେସ୍ମେଣ୍ଟ୍ ଋତୁରେ ସହଯୋଗ କରିବେନି
"ନୂଆଦିଲ୍ଲୀ : ଆଇଆଇଟିରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇ ପରେ ତାହାକୁ କାର୍ଯ୍ୟକାରୀ ନ କରିବା ଘଟଣାରେ ଓରାକଲ୍ ସମେତ ୨୨ଟି କମ୍ପାନି ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।
ଆସନ୍ତା ଦୁଇଟି ପ୍ଲେସ୍ମେଣ୍ଟ୍ ଋତୁରେ ଏହି କମ୍ପାନିଗୁଡ଼ିକ ସହ ଆଇଆଇଟିଗୁଡ଼ିକ ସହଯୋଗ କରିବେନି ।
୨୩ଟି ଆଇଆଇଟିରେ ୨୦୨୬ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ୧୫୦ରୁ ଅଧିକ ନିଯୁକ୍ତି ପ୍ରସ୍ତାବ ପାଳନ କରାଯାଇ ନଥିବାରୁ ଏହି ନିଷ୍ପତ୍ତି ହୋଇଛି ।Advertisment ଆଇଆଇଟିଗୁଡ଼ିକର ପ୍ଲେସ୍ମେଣ୍ଟ୍ ଓ ଇଣ୍ଟର୍ଣ୍ଣସିପ୍ ସମ୍ପର୍କିତ ନିର୍ଦ୍ଦେଶାବଳୀର ସମନ୍ୱୟ କରୁଥିବା ଅଲ୍ ଆଇଆଇଟି ପ୍ଲେସ୍ମେଣ୍ଟ୍ କମିଟି (ଏଆଇପିସି) ଚଳିତ ମାସ ଆରମ୍ଭରେ ଆଇଆଇଟି ଗୁଆହାଟୀରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନେଇଥିଲା ।
ସେପ୍ଟେମ୍ବର ୩୦ ସୁଦ୍ଧା ସମ୍ପୃକ୍ତ କମ୍ପାନିଗୁଡ଼ିକୁ ଏନେଇ ଜଣାଇବାକୁ ଯୋଜନା ରହିଛି ।
ଆଇଆଇଟିଗୁଡ଼ିକ ଏହାକୁ "ବ୍ଲାକ୍ଲିଷ୍ଟିଂ" ନ କହି "ନନ୍-କୋଅପରେସନ୍" ବୋଲି କହିବେ ।
ଅର୍ଥାତ୍ ଆସନ୍ତା ଦୁଇଟି ପ୍ଲେସ୍ମେଣ୍ଟ୍ ଋତୁରେ ଏହି କମ୍ପାନିଗୁଡ଼ିକୁ କ୍ୟାମ୍ପସ୍ ନିଯୁକ୍ତି ପାଇଁ ବିଚାର କରାଯିବନି ।
କେତେକ କମ୍ପାନି ୧୦ରୁ ୧୫ଟି ପର୍ଯ୍ୟନ୍ତ ନିଯୁକ୍ତି ପ୍ରସ୍ତାବ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।
ତେବେ ଏଆଇପିସି ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି ।
S Jaishankar: "ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ପ୍ରଶ୍ନ ପଚାରୁଛନ୍ତି" ଓରାକଲ୍ ପ୍ରାୟ ୪୦ ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଦେଇଥିବା ନିଯୁକ୍ତି ପ୍ରସ୍ତାବ ପାଳନ କରିନଥିବା ରିପୋର୍ଟରେ କୁହାଯାଇଛି ।
ଆଇଆଇଟି ଗୌହାଟୀର ଆସୋସିଏଟ୍ ପ୍ରଫେସର ଜନ୍ ଜୋସ୍ଙ୍କ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଓରାକଲ୍ ଆଇଆଇଟିଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗାଯୋଗ କରିନାହିଁ ।
ଆମେରିକାର ଏହି ସଫ୍ଟୱେର୍ କମ୍ପାନି ଚଳିତ ବର୍ଷ ଭାରତ ସମେତ ବିଶ୍ୱସ୍ତରରେ ହଜାର ହଜାର ଚାକିରି କମାଇଛି ।
ଏହି ତାଲିକାରେ ଅନେକ ଷ୍ଟାର୍ଟଅପ୍ ମଧ୍ୟ ଥିବା ଜଣାପଡ଼ିଛି ।
ନିଯୁକ୍ତି ପ୍ରସ୍ତାବ ହରାଇଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ପାଇଁ ଆଇଆଇଟିଗୁଡ଼ିକ ପଦକ୍ଷେପ ନେଉଛନ୍ତି ।
ପ୍ଲେସ୍ମେଣ୍ଟ୍ କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ ବାୟୋଡାଟା ବର୍ତ୍ତମାନର ନିଯୁକ୍ତିଦାତାଙ୍କ ନିକଟକୁ ପଠାଇ ଖାଲି ଥିବା ପଦରେ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ।
ଜନ୍ ଜୋସ୍ଙ୍କ ଆକଳନ ଅନୁସାରେ, ପ୍ରଭାବିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ୩୦ ପ୍ରତିଶତ ଏଭଳି ପ୍ରୟାସରେ ଚାକିରି ପାଇଛନ୍ତି ।
ଗତବର୍ଷ ପ୍ରାୟ ୧୦ରୁ ୧୧ଟି କମ୍ପାନି ନିଯୁକ୍ତି ପ୍ରସ୍ତାବ ପାଳନ ନକରିବା ନେଇ ଆଇଆଇଟିଗୁଡ଼ିକ ସେମାନଙ୍କୁ ଚିଠି ଲେଖିଥିଲେ ।
ଚଳିତ ବର୍ଷ ଏଭଳି କମ୍ପାନି ସଂଖ୍ୟା ୨୨ରେ ପହଞ୍ଚିଛି ।
ପ୍ରଯୁକ୍ତି କ୍ଷେତ୍ରରେ ନୂଆ ନିଯୁକ୍ତି ନେଇ ଅନିଶ୍ଚିତତା ମଧ୍ୟରେ ଏଆଇପିସିର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତର ସୁରକ୍ଷା ସହ ଆଇଆଇଟି ପ୍ଲେସ୍ମେଣ୍ଟ୍ ବ୍ୟବସ୍ଥାରେ ଦିଆଯାଉଥିବା ନିଯୁକ୍ତି ପ୍ରସ୍ତାବର ବିଶ୍ୱସନୀୟତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।