Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

Sep 26, 2026 - 00:17
Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ।

ଅଫିସରେ କାମର ବୋଝ ବଢ଼ିପାରେ।

ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ରହିବ।

ଶରୀର ସୁସ୍ଥ ରଖିବା ଲାଗି ଖର୍ଚ୍ଚ କରିବେ।

Advertisment ବୃଷ: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ।

ଅଫିସରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ।

ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

ମିଥୁନ: ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହ ପ୍ରୟାସ କରନ୍ତୁ ସଫଳ ହେବେ।

ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ଖେଳାଳୀଙ୍କର ପ୍ରଦର୍ଶନ ଭଲ ରହିବ।

ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

କର୍କଟ: ନିଜକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିପାରିବେ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ପାରିବାରିକ ଜୀବନ ଶାନ୍ତିମୟ ହେବ।

ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଭବିଷ୍ୟତ ଜୀବନ ଉଜ୍ଜ୍ବଳମୟ ହେବ।

ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା‌: ପ୍ରତିଟି କାମରେ ମନ ଲାଗିବ।

ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ଆହୁରି ପଢ଼ନ୍ତୁ- 🔴Heavy rain: କଳିଙ୍ଗା ଘାଟିର ସ୍ଥିତି ପରଖିଲେ ବିଧାୟକ; ଫୁଲୁଛି ବଂଶଧାରା, ବଢ଼ୁଛି ଜଳସ୍ତର; ଆସନ୍ତାକାଲି କଟକ ଜିଲ୍ଲାର ସବୁ ସ୍କୁଲ ଛୁଟି ତୁଳା: କାରବାର ବୃଦ୍ଧି ଲାଗି ଦିନଟି ଭଲ।

ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟ‌ାସ କରିବେ।

ଅଫିସ କାମରେ ଚିନ୍ତା କମ୍ ରହିବ।

ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।

ବିଛା: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ଭଲ।

କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ।

ସୁସମ୍ବାଦ ପାଇବେ।

ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।

ଧନୁ: ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ।

ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।

ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ। ‌ ମକର: ବ୍ୟବସାୟୀ କିଛି ନୂଆ ଯୋଜନା ତିଆରି କରିବେ।

ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।

କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।

ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।

କୁମ୍ଭ: ମସ୍ତିଷ୍କରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ।

ଶୁଭ ଖବର ମିଳିବା ଯୋଗ ରହିଛି।

ଆୟରେ ବୃଦ୍ଧି ହେବ।

ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।

ମୀନ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।

ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ।

ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।