Illegal Codeine Cough Syrup Trade ଜଗତସିଂହପୁରରେ ୫୫ ବୋତଲ ନିଷିଦ୍ଧ କୋଡିନ କଫ୍ ସିରପ୍ ଜବତ, ପେଷାଦାର ବେପାରୀ ଗିରଫ
"ଜଗତସିଂହପୁର: ଅବକାରୀ ବିଭାଗର ଭ୍ରାମ୍ୟମାଣ ୟୁନିଟ୍ ଚଢ଼ାଉ କରି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାରରୁ ଜଣେ ବେଆଇନ କଫ ସିରପ ବେପାରୀଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ନିକଟରୁ ୫୫ ବୋତଲ(୫ଲିଟର ୫୦୦ ମିଲି)ର ଏସ୍ କୁଫ କୋଡ଼ିନ ଫସଫେଟ୍ ଟ୍ରିପୋଲିଡିନ ହାଇଡ୍ରୋକ୍ଲୋରାଇଡ ସିରଫ, ଏକ ଆଣ୍ଡ୍ରଏଡ ଫୋନ ଏବଂ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ (ଓଡି ୦୫ କ୍ୟୁ ୭୮୭୨) ଜବତ କରାଯାଇଛି।
Advertisment Police Raid: ବାଇକ ଓ କାରରେ ପ୍ରେସ୍ ଲେଖି ବୁଲୁଥିଲେ: ଘରୁ ବାହାରିଲା କଫ ସିରପ ଓ ଗଞ୍ଜେଇ ସୂଚନାଯୋଗ୍ଯ, ଜଗତସିଂହପୁର ଥାନା ଓଡ଼ପଡା ଗ୍ରାମର ପ୍ରଶାନ୍ତ ପଲେଇଙ୍କ ପୁଅ ବୈରୀଗଞ୍ଜନ ପଲେଇ (୩୯) ଅନେକ ଦିନ ଧରି ଆଳିପିଙ୍ଗଳ ଅଞ୍ଚଳରେ ବେଆଇନ କୋଡ଼ିନ କଫ ସିରପ ବେପାର କରୁଥିଲେ।
ତାକୁ ଧରିବା ପାଇଁ ଅବକାରୀ ବିଭାଗ ପୂର୍ବରୁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିଲା।
ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ ନିଜ ଉଦ୍ୟମରେ ସଫଳ ହୋଇଥିଲା।
ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରେ ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଅନୁରାଗ ସୂର୍ୟ୍ୟବଂଶୀ, ସବିତା ନାୟକ ପ୍ରମୁଖ ଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।
ଆଳିପିଙ୍ଗଳ ବଜାର ଠାରେ ଅଭିଯୁକ୍ତ ବୈରୀଗଞ୍ଜନ ଗ୍ରାହକଙ୍କୁ ନିଶା ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ।
Cough Syrup: ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି କଫ ସିରପ: ଔଷଧ ଦୋକାନର ସିସିଟିଭି ରେକର୍ଡ ଉପରେ ସରକାରଙ୍କର ରହିବ କଡ଼ା ନଜରଜବତ କଫ ସିରପ ସହ ମଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୧,୪୦,୭୮୦ ଟଙ୍କା ହେବ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ନଂ ୧୮୪୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଛି।
ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।