Illegal Sand Transport Exposed: ଚଢାଉ ଦେଖି ଫେରାର ହେଲେ ବାଲି ଚାଲାଣକାରୀ, ଜବତ ହେଲା ୫ ହାଇୱା
ବେଆଇନ ବାଲି ଚାଲାଣ ଉପରେ ରାତିଅଧିଆ ଚଢାଉ କରିଛି ଖଣି ବିଭାଗ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଏହି ଚଢାଉ କରାଯାଇଥିଲା।
ଚଢାଉ ସମୟରେ ବାଲି ଚାଲାଣରେ ସମ୍ପୃକ୍ତ ଥିବା କିଛି ବ୍ୟକ୍ତି ଘଟଣାସ୍ଥଳରୁ ଜେସିବି ଓ ଅନ୍ୟାନ୍ୟ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ବାଲି ବୋଝେଇ ୫ଟି ହାଇୱାକୁ ଖଣି ବିଭାଗ ଜବତ କରିଛି।
ଜବତ ହୋଇଥିବା ବାଲି ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ସୂଚନା ମିଳିଛି। ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଚଢାଉରେ ବେଆଇନ ବାଲି ଚାଲାଣର ନେଟୱର୍କ ନେଇ ମଧ୍ୟ ତଦନ୍ତ କରାଯାଉଥିବା ଜଣାପଡ଼ିଛି।
ବେଆଇନ ବାଲି ଚାଲାଣ ଉପରେ ଚଢାଉ
ରାତି ଅଧିଆ ଖଣି ବିଭାଗର ଚଢାଉ
ଦିଗପହଣ୍ଡି ଘୋଡ଼ାହାଡ଼ ନଦୀରୁ ବେଆଇନ ବାଲି ଚାଲାଣ
୫ଟି ବାଲି ବୋଝେଇ ହାଇୱା ଜବତ
ବାଲି ମଫିଆ ଫେରାର, ଖଣି ବିଭାଗର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।