IMD Warns of Possible Cyclone Over Bay of Bengal: ପୁଣି ଆସୁଛି ବାତ୍ୟା, ଆଗାମୀ ୬ ଘଣ୍ଟାରେ ଅବପାତ ସୃଷ୍ଟି ସମ୍ଭାବନା

Oct 31, 2026 - 12:57
IMD Warns of Possible Cyclone Over Bay of Bengal: ପୁଣି ଆସୁଛି ବାତ୍ୟା, ଆଗାମୀ ୬ ଘଣ୍ଟାରେ ଅବପାତ ସୃଷ୍ଟି ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପସାଗରେ ଏକ ଅବପାତ ସୃଷ୍ଟି ହେବାକୁ ଯାଉଛି।

Advertisment ଆଗାମୀ ୬ ଘଣ୍ଟା ଭିତରେ ଏହା ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ବହୁତ ସମ୍ଭାବନା ରହିଛି।

ବାତ୍ୟା ସୃଷ୍ଟି ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି।

ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।