‘IMFA’ର କଳିଙ୍ଗନଗର ଫେରୋ କ୍ରୋମ୍ ପ୍ରକଳ୍ପ ଉଦ୍ଘାଟିତ
"ଭୁବନେଶ୍ବର: ଇଣ୍ଡିଆନ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ (ଇମ୍ଫା)ର ଯାଜପୁରସ୍ଥିତ କଳିଙ୍ଗନଗର ଫେରୋ କ୍ରୋମ୍ ପ୍ରକଳ୍ପ (କେଏନ୍ଆର୍-୧)କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି।
ଏଥି ସହିତ କମ୍ପାନି ବାର୍ଷିକ ୫ ଲକ୍ଷ ଟନ୍ରୁ ଅଧିକ କ୍ଷମତା ସହ ଦେଶର ସର୍ବବୃହତ୍ ମୂଲ୍ୟଯୁକ୍ତ ଫେରୋ କ୍ରୋମ୍ ନିର୍ମାତାରେ ପରିଣତ ହୋଇଛି।
Advertisment ୨୦୨୫ ମେ ୨୨ରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା।
ମାତ୍ର ୪୫୮ ଦିନ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ୨୫ରେ ପ୍ରଥମ ଫର୍ଣ୍ଣାସ୍ରୁ ଉତ୍ପାଦନ ଆରମ୍ଭ ହୋଇଥିଲା।
ଏହି ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ୪,୫୦,୦୦୦ ମାନବ ଦିବସ ସୃଷ୍ଟି କରିିଥିଲା ଓ ୧୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ।
ଆମ ଅଭିବୃଦ୍ଧି ଯାତ୍ରାଏହି ଅବସରରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଏହି ନୂଆ ପ୍ରକଳ୍ପର ଉଦ୍ଘାଟନ ଆମ ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଯାହା ଇମ୍ଫାକୁ ଦେଶର ସର୍ବବୃହତ୍ ମୂଲ୍ୟଯୁକ୍ତ ଫେରୋ କ୍ରୋମ୍ ଉତ୍ପାଦନକାରୀରେ ପରିଣତ କରିଛି।
ମାତ୍ର ୧୫ ମାସ ମଧ୍ୟରେ ପ୍ରଥମ ହଟ୍ ମେଟାଲ୍ ଟ୍ୟାପିଂ ସମ୍ଭବ କରିବା ପାଇଁ ସହଯୋଗ କରିଥିବାରୁ ମୁଁ ରାଜ୍ୟ ସରକାର ଓ ସମସ୍ତ ଏଜେନ୍ସି ନିକଟରେ କୃତଜ୍ଞ ଓ ପ୍ରକଳ୍ପ ଟିମ୍କୁ ମଧ୍ୟ ଉତ୍ସର୍ଗୀକୃତ ମନୋଭାବ ଓ କୃତଜ୍ଞତା ପାଇଁ ଧନ୍ୟବାଦ ଜଣାଉଛି।
ଏହାର ଫର୍ଣ୍ଣାସ ପରିବେଶ ମିତବ୍ୟୟୀ ଓ ହାଇବ୍ରିଡ୍ ଅକ୍ଷୟ ଶକ୍ତି କାର୍ବନ ଫୁଟ୍ପ୍ରିଣ୍ଟ ହ୍ରାସ କରିବ।
ଭାରତର ବିନିର୍ମାଣ ଆକାଂକ୍ଷାରେ ଫେରୋ କ୍ରୋମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଭାରତର ଅର୍ଥନୈତିକ ସ୍ଥାୟିତ୍ବ ଓ ପ୍ରତିଯୋଗିତାକୁ ବଢ଼ାଇବାରେ ଆମ ଦ୍ବାରା ଯାହା ସମ୍ଭବ ଆମେ ତାହା କରିବୁ।
IMFA buys Tata Ferrochrome plant: ଇମ୍ଫା କିଣିଲା ଟାଟା ଫେରୋକ୍ରୋମ୍ ପ୍ଲାଣ୍ଟ୍, ୬୧୦ କୋଟିର ଡିଲ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।