Patia: ପଟିଆରେ ପି ସି ଚନ୍ଦ୍ର ଜୁଏଲର୍ସ ସୋରୁମ୍
ଭୁବନେଶ୍ବର: ପଟିଆରେ ପି ସି ଚନ୍ଦ୍ର ଜୁଏଲର୍ସର ନୂଆ ସୋରୁମ ଉଦ୍ଘାଟିତ ହୋଇଛି। କୋଲକାତାର ଏହି ଜୁଏଲାରି ବ୍ରାଣ୍ଡ୍ର ଏହା ହେଉଛି ୮୧ତମ ଓ ଭୁବନେଶ୍ବରରେ ଦ୍ବିତୀୟ ସୋରୁମ୍। ଏହାର ଉଦ୍ଘାଟନୀ ଅବସରରେ କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତୋ ଚନ୍ଦ୍ର, ଉପ ପରିଚାଳନା ନିର୍ଦ୍ଦେଶକ ଅମିତାଭ ଚନ୍ଦ୍ର, ନିର୍ଦ୍ଦେଶକ ଉଦିପ୍ତୋ ଚନ୍ଦ୍ର ଓ ପ୍ରସେନଜିତ ଚନ୍ଦ୍ର ଓ ସିିଇଓ ଓସ୍ନିକ୍ ଚନ୍ଦ୍ର ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ: India vs West Indies T20I: ଭାରତ ଆଗରେ ୨୪୮ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍
ନୂଆ ସୋରୁମ୍ରେ ବିବାହ କଲେକ୍ସନ, ସାର୍ଟିଫାଏଡ୍ ପ୍ରାକୃତିକ ହୀରା, ଦୈନନ୍ଦିନ ପରିଧାନ ପାଇଁ ହୀରା ଗହଣା, ୧୪ କ୍ୟାରେଟ୍ ଆମାଜିଆ, ୯ କ୍ୟାରେଟ୍ ସୁନା ଗହଣା ଓ ଇଟରନାଇଟ୍ ପୁରୁଷ ଗହଣା ଓ ରିହି ରୁପା ଗହଣା ଆଦି ରହିଛି। ବିଭିନ୍ନ ପ୍ରକାର ଅବସର ଓ ଆବଶ୍ୟକତାକୁ ସୁହାଇବା ଭଳି ଗହଣା ରହିଛି। ଉଦ୍ଘାଟନୀ ଅବସରରେ ସମସ୍ତ ଗହଣାର ଗଢ଼ା ମଜୁରି ଉପରେ ୨୦% ରିହାତି, ହୀରା ମୂଲ୍ୟ ଓ ଆଷ୍ଟ୍ରାଲ୍ ଷ୍ଟୋନ୍ ଉପରେ ୮% ରିହାତି, ରିହି ରୁପା ଗହଣା ଗଢ଼ା ମୂଲ୍ୟରେ ୨୫% ରିହାତି ଓ ପୁରୁଣା ସୁନା ଏକ୍ସଚେଞ୍ଜ ଉପରେ ଶୂନ କାଟ ଭଳି ଅଫର ଅକ୍ଟୋବର ୧୮ ପର୍ଯ୍ୟନ୍ତ ମିଳିବ। ପ୍ରତି କ୍ରୟ ଉପରେ ଗ୍ରାହକମାନେ ନିଶ୍ଚିତ ଉପହାର ପାଇପାରିବେ ଏବଂ ପ୍ରତିଦିନ ସୁନା ଓ ରୁପା କଏନ ଜିତିବା ସୁଯୋଗ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।