IMF's warning: ଆଇଏମ୍ଏଫ୍ର ଚେତାବନୀ: ବିଶ୍ୱ ପ୍ରତି ‘ଏଆଇ-ତେଲ-ଋଣ’ର ତ୍ରିମୁଖୀ ବିପଦ
"ସିଙ୍ଗାପୁର: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ, ଦୀର୍ଘ ସମୟ ଧରି ଉଚ୍ଚ ତେଲ ଓ ଇନ୍ଧନ ମୂଲ୍ୟ ଓ ବଢ଼ୁଥିବା ସରକାରୀ ଋଣ ବିଶ୍ୱ ଅର୍ଥନୀତି ପାଇଁ ବଡ଼ ଆହ୍ବାନ ହୋଇଛି।
ଏହି ତିନିଟି ବିପଦକୁ ନେଇ ଦେଶଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା ଚେତାବନୀ ଦେଇଛନ୍ତି।
ଆସନ୍ତା ସପ୍ତାହରେ ବ୍ୟାଙ୍କକରେ ହେବାକୁ ଥିବା ଆଇଏମ୍ଏଫ୍-ବିଶ୍ୱବ୍ୟାଙ୍କ ବାର୍ଷିକ ବୈଠକ ପୂର୍ବରୁ ସିଙ୍ଗାପୁରରେ ଏକ ଭାଷଣରେ ଜୋର୍ଜିଭା ଏହି ଆଶଙ୍କା ପ୍ରକାଶ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ, ଏଆଇ ନିବେଶରୁ ଆର୍ଥିକ ଅଭିବୃଦ୍ଧି ବଢ଼ୁଥିଲେ ମଧ୍ୟ ଏହାର ଲାଭ ଏବେ କେବଳ କିଛି ଦେଶ ମଧ୍ୟରେ ସୀମିତ ରହିଛି।
ମଧ୍ୟପ୍ରାଚ୍ୟ ଓ ୟୁକ୍ରେନରେ ଚାଲିଥିବା ସଂଘର୍ଷ ଯୋଗୁ ତେଲ ଓ ଅନ୍ୟାନ୍ୟ ମୁଖ୍ୟ ସାମଗ୍ରୀର ଯୋଗାଣ ଉପରେ ଚାପ ରହିଛି।
ଏହି ଶକ୍ତି ସଙ୍କଟ ୨୦୨୭ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସେ କହିଛନ୍ତି।
ଶକ୍ତି ଓ ଖାଦ୍ୟ ମୂଲ୍ୟ ବଢ଼ିବା ଫଳରେ ବିଶ୍ୱରେ ମୁଦ୍ରାସ୍ଫୀତି ଚାପ ଆହୁରି ବଢ଼ିବା ଆଶଙ୍କା ରହିଛି।Advertisment Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି ଅନ୍ୟପଟେ ବିଶ୍ୱର ମୋଟ ଋଣ ୩୬୫ ଟ୍ରିଲିଅନ ଡଲାରରୁ ଅଧିକ ହୋଇସାରିଛି।
ଉଚ୍ଚ ସୁଧହାର ଯୋଗୁ ଅଧିକ ଋଣ କରିଥିବା ଦେଶଗୁଡ଼ିକ ଉପରେ ବଜେଟ୍ ଚାପ ବଢ଼ୁଛି।
ବିଶେଷକରି ବିକଶିତ ଦେଶଗୁଡ଼ିକରେ ଏହି ସମସ୍ୟା ଗମ୍ଭୀର ବୋଲି ଜୋର୍ଜିଭା କହିଛନ୍ତି।
ଏଆଇର ବ୍ୟାପକ ବିକାଶ ମଧ୍ୟ ନୂଆ ଚାପ ସୃଷ୍ଟି କରୁଛି।
ଏଆଇ ଡାଟା ସେଣ୍ଟର ଓ ଅନ୍ୟାନ୍ୟ ଭିତ୍ତିଭୂମିର ବୃଦ୍ଧି ଫଳରେ ବିଦ୍ୟୁତ ଚାହିଦା ବଢ଼ୁଛି।
ଏହା ସହିତ ଏଆଇ ଆଧାରିତ ଅର୍ଥନୈତିକ ଲାଭ କେବଳ କିଛି ଦେଶରେ କେନ୍ଦ୍ରୀଭୂତ ହେବାରୁ ବିଶ୍ୱରେ ଆର୍ଥିକ ଅସମାନତା ଆହୁରି ବଢ଼ିପାରେ ବୋଲି ଆଇଏମ୍ଏଫ୍ ମୁଖ୍ୟ ଚେତାଇଛନ୍ତି।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସତର୍କ ମୁଦ୍ରାନୀତି ଆପଣାଇବାକୁ ଜର୍ଜିଭା ପରାମର୍ଶ ଦେଇଛନ୍ତି।
ଅଧିକ ବଜେଟ୍ ନିଅଣ୍ଟ ଓ ଋଣ ଉପରେ ନିର୍ଭରଶୀଳ ଦେଶଗୁଡ଼ିକୁ ଏବେ କଠିନ ଆର୍ଥିକ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।
Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।