Imran Khan: ଇମ୍ରାନ ଖାନ–ଆସିମ ମୁନୀରଙ୍କ ମଧ୍ୟରେ ସତରେ ହୋଇଛି କି ‘ଡିଲ୍’? ପାକିସ୍ତାନ ରାଜନୀତିରେ ନୂଆ ପାୱାର-ପ୍ଲେ

Aug 22, 2026 - 08:15
Imran Khan: ଇମ୍ରାନ ଖାନ–ଆସିମ ମୁନୀରଙ୍କ ମଧ୍ୟରେ ସତରେ ହୋଇଛି କି ‘ଡିଲ୍’? ପାକିସ୍ତାନ ରାଜନୀତିରେ ନୂଆ ପାୱାର-ପ୍ଲେ

"ନୂଆଦିଲ୍ଲୀ: ଜେଲ୍‌ରୁ ହସ୍ପିଟାଲ, ପୁଣି ଜେଲ୍‌ ।

ଏହି କିଛି ଘଣ୍ଟାର ଘଟଣା ପାକିସ୍ତାନ ରାଜନୀତିରେ ଏମିତି ଏକ ପ୍ରଶ୍ନ ଛାଡ଼ିଛି, ଯାହାର ଉତ୍ତର ଏବେ ଇସଲାମାବାଦର କରିଡରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଖୋଜାଯାଉଛି ।

ଇମ୍ରାନ ଖାନ ଏବଂ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀରଙ୍କ ମଧ୍ୟରେ କ"ଣ କୌଣସି ଗୁପ୍ତ ବୁଝାମଣା ହୋଇଛି?

ଇମ୍ରାନ ଖାନଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରୁ ଇସଲାମାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯିବା ଘଟଣା ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

କିଛି ସମୟ ପରେ ତାଙ୍କୁ ପୁଣି ଜେଲକୁ ଫେରାଇ ଦିଆଯାଇଥିଲେ ମଧ୍ୟ, ଏହି ଘଟଣା ପଛରେ ରାଜନୈତିକ ସଙ୍କେତ ରହିଛି କି ନାହିଁ, ତାହା ନେଇ ଚର୍ଚ୍ଚା ଚାଲିଛି।Advertisment State Police: ପାର୍ବଣ ପୂର୍ବରୁ ରାଜ୍ୟ ପୁଲିସର ବଡ଼ ପ୍ରସ୍ତୁତି: ସଙ୍ଗଠିତ ଅପରାଧୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ରାଜନୀତିରେ ସେନାର ପ୍ରଭାବକୁ ନେଇ ଦୀର୍ଘଦିନ ଧରି ଆଲୋଚନା ହୋଇଆସୁଛି।

ଏହି କାରଣରୁ ଇମ୍ରାନଙ୍କୁ ହସ୍ପିଟାଲ ନେବା ଘଟଣାକୁ କିଛି ମହଲ "ଗ୍ରୀନ୍ ସିଗନାଲ୍" ଭାବେ ଦେଖୁଛନ୍ତି।

ଆଉ କିଛି ମତ ଅନୁସାରେ, ଏହା କେବଳ ଆଇନଗତ ଓ ଚିକିତ୍ସାଜନିତ ପ୍ରକ୍ରିୟା ହୋଇପାରେ ।

PTI ନେତାମାନଙ୍କ ପକ୍ଷରୁ ସେନା ସହ ତିକ୍ତତା କମାଇବାର ସଙ୍କେତ ମିଳିଥିବା ଦାବି ମଧ୍ୟ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି।

କିନ୍ତୁ ଏପର୍ଯ୍ୟନ୍ତ ଇମ୍ରାନ ଖାନ ଓ ଆସିମ ମୁନୀରଙ୍କ ମଧ୍ୟରେ କୌଣସି ଔପଚାରିକ "ଡିଲ୍" ହୋଇଥିବାର ସ୍ପଷ୍ଟ ସାର୍ବଜନୀନ ପ୍ରମାଣ ନାହିଁ।

ଇମ୍ରାନ ଏବଂ ମୁନୀରଙ୍କ ସମ୍ପର୍କର ଇତିହାସ ମଧ୍ୟ ଏହି ଚର୍ଚ୍ଚାର ମୁଖ୍ୟ କାରଣ।

ଇମ୍ରାନଙ୍କ ଶାସନକାଳରେ ଆସିମ ମୁନୀର ISI ମୁଖ୍ୟ ଥିଲେ, ହେଲେ ଅଳ୍ପ ସମୟ ପରେ ସେହି ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା।

ପରେ ମୁନୀର ପାକିସ୍ତାନର ସେନା ମୁଖ୍ୟ ହେବା ପରେ ଇମ୍ରାନ ଓ ସେନା ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା।

୨୦୨୩ ମେ ୯ରେ ଇମ୍ରାନଙ୍କ ଗିରଫଦାରୀ ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଓ ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ଉଭୟ ପକ୍ଷର ଦୂରତାକୁ ଆହୁରି ବଢ଼ାଇଥିଲା।

ଆଜିର ପାକିସ୍ତାନରେ ଇମ୍ରାନ ଖାନ ଜନସମର୍ଥନର ଏକ ବଡ଼ କେନ୍ଦ୍ର ହୋଇ ରହିଥିବାବେଳେ, ସେନା ଦେଶର ଶକ୍ତିଶାଳୀ ପ୍ରତିଷ୍ଠାନ ଭାବେ ପ୍ରଭାବ ରଖିଛି ।

ତେଣୁ ଉଭୟ ପକ୍ଷ ମଧ୍ୟରେ ଯଦି କୌଣସି ସମଝୋତା ହୁଏ, ତାହା ପାକିସ୍ତାନର ରାଜନୈତିକ ସମୀକରଣକୁ ବଡ଼ ଭାବେ ବଦଳାଇପାରେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।