IND vs NZ: ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ, ୧୧୩ ରନ୍ରେ ପଡ଼ିଥିଲା ୭ ୱିକେଟ୍, ଶୃଙ୍ଖଳା ୨-୦ରେ ଅଗ୍ରଣୀ
ୱେଲିଂଟନ୍: ଭାରତୀୟ କ୍ରିକେଟ୍ ଟିମ୍ ନିଜର ପ୍ରଶଂସକମାନଙ୍କୁ ଦୀପାବଳି ଭେଟି ଦେଇଛି।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ବିଜୟୀ ହୋଇଛି।
ଛୋଟ ଲକ୍ଷ୍ୟକୁ ଭାରତ ସହଜରେ ବିଜୟ ହାସଲ କରିଛି।
ବର୍ଷା ବାଧିତ ମ୍ୟାଚ୍ରେ ଡିଏଲ୍ଏସ୍ ନିୟମ ଅନୁଯାୟୀ ଫଳାଫଳ ଘୋଷଣା କରାଯାଇଛି।
ଭାରତ ଏହି ମୁକାବିଲାକୁ ୪ ରନ୍ର ଜିତିଛି।
ଏଥି ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ହାସଲ କରିଛି।
Advertisment ୧୩୫ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୨୬ ଓଭରରେ ୭ଟି ୱିକେଟ୍ ହରାଇ ୧୧୩ ରନ୍ ସଂଗ୍ରହ କରିଥିଲା।
ଏହି ସମୟରେ ବର୍ଷା ଆରମ୍ଭ ହୋଇଯାଇଥିଲା, ଯେଉଁଥି ପାଇଁ ମ୍ୟାଚ୍କୁ ପୁଣି ସ୍ଥଗିତ କରାଯାଇଥିଲଶ।
ଭାରତକୁ ବିଜୟ ପାଇଁ ୧୫ ଓଭରରେ ୨୨ ରନ୍ ଦରକାର ଥିଲା।
ତେବେ ଡିଏଲ୍ଏସ୍ ନିୟମ ଅନୁଯାୟୀ ଭାରତକୁ ବିଜୟ ଠାରୁ ୪ ରନ୍ ଆଗୁଆ ଥିଲା।
ଭାରତ ପାଇଁ ରୋହିତ ଶର୍ମା ୨୩ ରନ୍ଏ ଶ୍ରେୟସ ଆୟର ୩୦ ରନ୍, କେଏଲ୍ ରାହୁଲ ୨୬ ରନ୍, ନମନ ଧୀର ୧୨ ରନ୍ କରିଥିଲେ।
ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ବ୍ୟାଟିଂରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଡେରିଲ ମିଚେଲ ଏବଂ ମିଚେଲ ସଣ୍ଟନରଙ୍କ ବ୍ୟତୀତ ଘରୋଇ ଦଳର ଅନ୍ୟ ଖେଳାଳିମାନେ ଭଲ ବ୍ୟାଟିଂ କରିପାରି ନାହାନ୍ତି।
କ୍ବିୱି ଦଳ ୪୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା।
ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୩୫ ରନ୍ ଦରକାର ଥିଲା।
ଭାରତ ପାଇଁ ଗୁରନୁର ବ୍ରାର୍ର ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ।
ଆକିବ ନବି, ଅଂଶୁଲ କମ୍ବୋଜ ଏବଂ ଅକ୍ଷର ପଟେଲଙ୍କୁ ୨-୨ ୱିକେଟ୍ ମିଳିଥିଲା।
Cricket: ୧୭ ବର୍ଷରୁ କମ୍ ମହିଳା କ୍ରିକେଟ୍: ଓଡ଼ିଶା ଦଳରେ ମୟୂରଭଂଜର ଝିଅ ସାମିଲ ଡେରିଲ ମିଚେଲ ୫୫ ରନ୍ ସଂଗ୍ରହ କରିଥିଲେ।
ସେ ୧୦୪ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ମିଚେଲ ସାଣ୍ଟନରଙ୍କ ବ୍ୟାଟରୁ ୩୧ ରନ୍ ଆସିଥିଲେ।
ସେ ୩୮ଟି ବଲ୍ ସାମ୍ନା କରି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ।
ନ୍ୟୁଜିଲାଣ୍ଡ ଷଷ୍ଠ ୱିକେଟରେ ୫୯ ରନ୍ର ଭାଗିଦାରୀ କରିଥିଲା।
ସ୍କୋର ୧୧୨ ରନ୍ରେ ଡେରିଲ ମିଚେଲ ଆଉଟ ହେଲା ପରେ ଦଳର ବିପର୍ଯ୍ୟୟ ଖୁବ ଶୀଘ୍ର ହୋଇଥିଲା।
କିୱି ଦଳର ୧୧୯ ରନ୍ରେ ମିଚେଲ ସାଣ୍ଟନର, ୧୨୭ରେ କାଏଲ ଜେମିସନ ଏବଂ ୧୩୨ ରନ୍ରେ ନାଥାନ ସ୍ମିତ ଆଉଟ୍ ହୋଇଥିଲେ।
ନ୍ୟୁଜିଲାଣ୍ଡ ୫୩ ରନ୍ରେ ଦୁଇ ଜଣ ବିସ୍ଫୋରକ ବ୍ୟାଟର (ଟମ ଲଥାମ ଏବଂ ଗ୍ଲେନ ଫିଲିପ୍ସ)ଙ୍କୁ ହରାଇଥିଲା।
ଲଥାମ ମାତ୍ର ୭ ରନ୍ ସଂଗ୍ରହ କରି ପାଭିଲିଅନକୁ ଫେରିଥିଲେ।
ସେହିପରି ଫିଲିପ୍ସ ଖାତା ଖୋଲିପାରି ନଥିଲେ।
ଏହା ପୂର୍ବରୁ ଦଳ ସ୍କୋର ୨୩ ରନ୍ରେ ଘରୋଇ ଦଳ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲା।
ପ୍ରାରମ୍ଭିକ ବ୍ୟାଟର ୱିଲ ୟଙ୍ଗ ୬ ରନ୍, ଟିମ୍ ସେଫର୍ଟ ଶୂନ୍ୟ ରନ୍ ଏବଂ ହେନରୀ ନିକୋଲ୍ସ ୧୧ ରନ୍ରେ ଆଉଟ୍ ହୋଇଛନ୍ତି।
ଦଳ ୧ ରନ୍ରେ ପ୍ରଥମ, ୧୧ ରନ୍ରେ ଦ୍ବିତୀୟ ଏବଂ ୨୩ ରନ୍ରେ ତୃତୀୟ ୱିକେଟ୍ ହରାଇଥିଲା।
ଷଷ୍ଠ ଓଭରର ଚତୁର୍ଥ ବଲ୍ରେ ଆକିବ୍ ନବି ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଛନ୍ତି।
ନବି ମଧ୍ୟ ପ୍ରଥମ ୱିକେଟ୍ ନେଇଥିଲେ।
ନବମ ଓଭରର ଚତୁର୍ଥ ବଲ୍ରେ ଅଂଶୁଲ୍ କମ୍ବୋଜ୍ ନ୍ୟୁଜିଲାଣ୍ଡର ତୃତୀୟ ୱିକେଟ୍ ନେଇ ଦିନର ତାଙ୍କର ପ୍ରଥମ ୱିକେଟ୍ ନେଇଛନ୍ତି।
ବର୍ଷା ବାଧିତ ଏହି ମ୍ୟାଚ୍ ଉଭୟ ପକ୍ଷରୁ ୪୭-୪୭ ଓଭର କରିଦିଆଯାଇଛି।
ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସକାଳ ୭:୩୦ରେ ଆରମ୍ଭ ହେବାର ଥିଲା।ଟସ୍ ସକାଳ ୭ ଟା ରେ ହେବାକୁ ଥିଲା, କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା।
ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।