IND vs NZ ODI: ୱେଲିଂଟନ୍ରେ ଗର୍ଜିପାରିଲାନି ନ୍ୟୁଜିଲାଣ୍ଡର ବ୍ୟାଟ୍, ଧରାଶାୟୀ କଲେ ଭାରତୀୟ ବୋଲର
ୱେଲିଂଟନ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ୫ ମ୍ୟାଚ୍ ବିଶିଷ୍ଟ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଉଛି।
ଏହି ମ୍ୟାଚ୍ରେ ଭାରତୀୟ ବୋଲରମାନେ ବୋଲିଂର କମାଲ ଦେଖାଇଛନ୍ତି।
ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ବ୍ୟାଟିଂରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
ଡେରିଲ ମିଚେଲ ଏବଂ ମିଚେଲ ସଣ୍ଟନରଙ୍କ ବ୍ୟତୀତ ଘରୋଇ ଦଳର ଅନ୍ୟ ଖେଳାଳିମାନେ ଭଲ ବ୍ୟାଟିଂ କରିପାରି ନାହାନ୍ତି।
ଅର୍ଥାତ ଘରୋଇ ଦଳ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛି।
କ୍ବିୱି ଦଳ ୪୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିଛି।
ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୧୩୫ ରନ୍ ଦରକାର ଅଛି।
Advertisment ନ୍ୟୁଜିଲାଣ୍ଡ ୫୩ ରନ୍ରେ ଦୁଇ ଜଣ ବିସ୍ଫୋରକ ବ୍ୟାଟର (ଟମ ଲଥାମ ଏବଂ ଗ୍ଲେନ ଫିଲିପ୍ସ)ଙ୍କୁ ହରାଇଥିଲା।
ଲଥାମ ମାତ୍ର ୭ ରନ୍ ସଂଗ୍ରହ କରି ପାଭିଲିଅନକୁ ଫେରିଥିଲେ।
ସେହିପରି ଫିଲିପ୍ସ ଖାତା ଖୋଲିପାରି ନଥିଲେ।
ଏହା ପୂର୍ବରୁ ଦଳ ସ୍କୋର ୨୩ ରନ୍ରେ ଘରୋଇ ଦଳ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲା।
ପ୍ରାରମ୍ଭିକ ବ୍ୟାଟର ୱିଲ ୟଙ୍ଗ ୬ ରନ୍, ଟିମ୍ ସେଫର୍ଟ ଶୂନ୍ୟ ରନ୍ ଏବଂ ହେନରୀ ନିକୋଲ୍ସ ୧୧ ରନ୍ରେ ଆଉଟ୍ ହୋଇଛନ୍ତି।
ଦଳ ୧ ରନ୍ରେ ପ୍ରଥମ, ୧୧ ରନ୍ରେ ଦ୍ବିତୀୟ ଏବଂ ୨୩ ରନ୍ରେ ତୃତୀୟ ୱିକେଟ୍ ହରାଇଥିଲା।
ଷଷ୍ଠ ଓଭରର ଚତୁର୍ଥ ବଲ୍ରେ ଆକିବ୍ ନବି ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଛନ୍ତି।
ନବି ମଧ୍ୟ ପ୍ରଥମ ୱିକେଟ୍ ନେଇଥିଲେ।
ନବମ ଓଭରର ଚତୁର୍ଥ ବଲ୍ରେ ଅଂଶୁଲ୍ କମ୍ବୋଜ୍ ନ୍ୟୁଜିଲାଣ୍ଡର ତୃତୀୟ ୱିକେଟ୍ ନେଇ ଦିନର ତାଙ୍କର ପ୍ରଥମ ୱିକେଟ୍ ନେଇଛନ୍ତି।
Cricket: ୧୭ ବର୍ଷରୁ କମ୍ ମହିଳା କ୍ରିକେଟ୍: ଓଡ଼ିଶା ଦଳରେ ମୟୂରଭଂଜର ଝିଅ ସାମିଲ ବର୍ଷା ବାଧିତ ଏହି ମ୍ୟାଚ୍ ଉଭୟ ପକ୍ଷରୁ ୪୭-୪୭ ଓଭର କରିଦିଆଯାଇଛି।
ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସକାଳ ୭:୩୦ରେ ଆରମ୍ଭ ହେବାର ଥିଲା।ଟସ୍ ସକାଳ ୭ ଟା ରେ ହେବାକୁ ଥିଲା, କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା।
ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ୧-୦ ରେ ଆଗୁଆ ଅଛି।
ଆୟୋଜକ ଦ୍ୱିତୀୟ ଏକଦିବସୀୟ ଜିତି ସିରିଜ୍ ସମାନ କରିବାକୁ ଚେଷ୍ଟା କରିବ, ଯେତେବେଳେ ଟିମ୍ ଇଣ୍ଡିଆ ସେମାନଙ୍କର ଅଗ୍ରଣୀ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।