IPS Anushka: ପାକିସ୍ତାନରୁ ଅସ୍ତ୍ର ଚୋରାଚାଲାଣ ନେଟୱର୍କ ଭାଙ୍ଗି ଚର୍ଚ୍ଚାରେ ଆଇପିଏସ୍ ଅନୁଷ୍ଠା

Nov 07, 2026 - 10:02
IPS Anushka: ପାକିସ୍ତାନରୁ ଅସ୍ତ୍ର ଚୋରାଚାଲାଣ ନେଟୱର୍କ ଭାଙ୍ଗି ଚର୍ଚ୍ଚାରେ ଆଇପିଏସ୍ ଅନୁଷ୍ଠା

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ଥିଲେ ସଫଳତା ନିଶ୍ଚିତ।

ଏହାର ଏକ ଉଦାହରଣ ହେଉଛନ୍ତି ଆଇପିଏସ୍ ଅଧିକାରୀ ଅନୁଷ୍ଠା କାଲିଆ।

ମାତ୍ର ୨୪ ବର୍ଷ ବୟସରେ ସେ ଆଇପିଏସ୍ ଅଧିକାରୀ ହୋଇଥିବାବେଳେ ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇଥିଲେ।

ଏବେ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମାମଲାର ତଦନ୍ତ କରି ଅନ୍ତର୍ଜାତୀୟ ନେଟୱର୍କକୁ ଭାଙ୍ଗିବାରେ ତାଙ୍କ ଭୂମିକା ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି।

Advertisment ଦିଲ୍ଲୀର ଦ୍ୱାରକା ଅଞ୍ଚଳର ବାସିନ୍ଦା ଅନୁଷ୍ଠାଙ୍କ ବାପାଙ୍କ ନାମ ପୁଷ୍ପେନ୍ଦ୍ର କାଲିଆ ଏବଂ ମାଆଙ୍କ ନାମ ବେଲା ଦେବୀ।

ପିଲାଦିନରୁ ପାଠପଢ଼ାରେ ମେଧାବୀ ଥିବା ଅନୁଷ୍ଠା ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଟେକ୍ ଡିଗ୍ରୀ ହାସଲ କରିଥିଲେ।

ଏହାପରେ ସେ ଏକ କର୍ପୋରେଟ୍ ସଂସ୍ଥାରେ ଡାଟା ସାଇଣ୍ଟିଷ୍ଟ ଭାବେ କାମ କରିଥିଲେ।

ତେବେ ସିଭିଲ୍ ସର୍ଭିସ୍ ରେ ଯୋଗଦେଇ ଦେଶ ପାଇଁ କାମ କରିବାର ଲକ୍ଷ୍ୟ ତାଙ୍କୁ ଏହି ଚାକିରି ଛାଡ଼ି ୟୁପିଏସ୍‌ସି ପ୍ରସ୍ତୁତି ପାଇଁ ପ୍ରେରିତ କରିଥିଲା।

ସର୍ବଭାରତୀୟ ସ୍ତରରେ ୧୪୩ତମ ରାଙ୍କ୍ ୨୦୨୦ ଏପ୍ରିଲ୍ରୁ ସେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ମନସ୍ତତ୍ତ୍ୱ ବିଜ୍ଞାନକୁ ଇଚ୍ଛାଧୀନ ବିଷୟ ଭାବେ ଚୟନ କରି ନିୟମିତ ଅଧ୍ୟୟନ ଜାରି ରଖିଥିଲେ।

ଏହାର ଫଳ ତାଙ୍କୁ ୨୦୨୧ର ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମିଳିଥିଲା।

ପ୍ରଥମ ପ୍ରୟାସରେ ସର୍ବଭାରତୀୟ ସ୍ତରରେ ୧୪୩ତମ ରାଙ୍କ୍ ହାସଲ କରି ସେ ଆଇପିଏସ୍ ଅଧିକାରୀ ହୋଇଥିଲେ।

ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ସମୟରେ ଶ୍ରେଷ୍ଠ ବାହ୍ୟ ପ୍ରଶିକ୍ଷଣାର୍ଥୀ ଭାବେ ତାଙ୍କୁ 'ସ୍ୱୋର୍ଡ ଅଫ୍ ଅନର୍' ପ୍ରଦାନ କରାଯାଇଥିଲା।

ଅନୁଷ୍ଠାଙ୍କ ଭୂମିକା ଉଲ୍ଲେଖନୀୟ ରାଜସ୍ଥାନ କ୍ୟାଡରର ୨୦୨୨ ବ୍ୟାଚ୍ ର ଏହି ଅଧିକାରୀ ବିକାନେର ଅଞ୍ଚଳରେ କାର୍ଯ୍ୟ କରୁଥିବା ସମୟରେ ଏକ ଅନ୍ତର୍ଜାତୀୟ ଅସ୍ତ୍ର ଚୋରାଚାଲାଣ ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲେ।

୨୦୨୬ ଫେବ୍ରୁଆରିରେ ଭାରତ-ପାକିସ୍ତାନ ସୀମାର ଖାଜୁୱାଲା ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।

ବିଏସ୍ଏଫ୍ ଓ ପୁଲିସର ମିଳିତ ଅଭିଯାନରେ ୫ଟି ପିସ୍ତଲ, ୩୨୫ଟି ଗୁଳି ଏବଂ ଗୋଟିଏ ଡ୍ରୋନ୍ ଜବତ ହୋଇଥିଲା।

ଏହି ଘଟଣାର ତଦନ୍ତରେ ଅନୁଷ୍ଠାଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା।

Success Story: ବୟସ କେବଳ ଏକ ସଂଖ୍ୟା ମାତ୍ର: ଘୁଷୁରି ପାଳନ କରି ମାସକୁ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୃଦ୍ଧା ଏହି ସଫଳତା ଓ ତଦନ୍ତରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୬ ମସିହାର କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇଁ ତାଙ୍କ ନାମ ଚୟନ ହୋଇଛି।

ଜଣେ ଡାଟା ସାଇଣ୍ଟିଷ୍ଟରୁ ଆଇପିଏସ୍ ଅଧିକାରୀ ହେବା ଏବଂ ଦୁର୍ଦ୍ଦାନ୍ତ ଚୋରାଚାଲାଣ ନେଟୱର୍କ ବିରୋଧରେ ସଫଳତାର ସହ କାର୍ଯ୍ୟ କରିବା ଅନୁଷ୍ଠାଙ୍କୁ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣରେ ପରିଣତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।