Ind vs Pak: ଲଢ଼ିବେ ଭାରତ-ପାକିସ୍ତାନ, ମହିଳା ଏସିଆ କପ୍ରେ ଗତଥର କିଏ ମାରିଥିଲେ ବାଜି?
"ନୂଆଦିଲ୍ଲୀ: ଦୁବାଇରେ ମହିଳା ଟି୨୦ ଏସିଆ କପ୍ର ରୋମାଞ୍ଚକର ମୁକାବିଲା ହେଉଛି।
ଆଜି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି।
କ୍ରିକେଟ୍ ପ୍ରଶଂସକମାନେ ଏଥି ପାଇଁ ଉତ୍ସାହିତ ଅଛନ୍ତି।
ସମସ୍ତେ ମ୍ୟାଚ୍ ଆରମ୍ଭ ହେବାର ସମୟକୁ ଅପେକ୍ଷା କରିଛନ୍ତି।
Advertisment ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଏବେ ଭଲ ଫର୍ମରେ ଅଛି।
ନିଜର ପ୍ରାରମ୍ଭିକ ୨ଟି ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରି ଭାରତୀୟ ଟିମ୍ ସେମିଫାଇନାଲରେ ପ୍ରବେଶ କରିସାରିଛି।
ଅନ୍ୟପଟରେ ପାକିସ୍ତାନ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ୩୫ ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।
ଏହି ମୁକାବିଲା ରୋମାଞ୍ଚକର ହେବାର ଆଶା ଦେଖାଯାଉଛି।
ପ୍ରଶଂସକମାନେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବେ।
ଭାରତରୁ ଅନ୍ୟ ପ୍ରଶଂସକମାନେ ଟିଭି ଏବଂ ମୋବାଇଲରେ ମ୍ୟାଚ୍ ଦେଖିବେ।
ଆଜି ରାତି ୮ଟାରେ ସୋନି ସ୍ପୋର୍ଟସ ନେଟୱକରେ ମ୍ୟାଚ୍ର ଲାଇଭ୍ ପ୍ରସାରଣ ହେବ।
ଉଭୟ ଟିମ୍ ପ୍ରଦର୍ଶନ ଉପରେ ଯଦି ଦୃଷ୍ଟି ଦେବା, ଭାରତୀୟ ଟିମ୍ ସବୁବେଳେ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି।
ମାତ୍ର ୨୦୨୨ରେ ପାକିସ୍ତାନ ୧୩ ରନ୍ରେ ଭାରତକୁ ପରାସ୍ତ କରିଥିଲା।
ମାତ୍ର ଏହା ପରେ ଭାରତ କଡ଼ା ଜବାବ ଦେଇଥିଲା।
ଏହି ଦୁଇ ଟିମ୍ ମଧ୍ୟରେ ୨୦୨୪ରେ ଏସିଆ କପ୍ରେ ମୁହାଁମୁହିଁ ହୋଇଥିଲା।
ଶ୍ରୀଲଙ୍କାର ଦାମ୍ବୁଲଶ ଠାରେ ମ୍ୟାଚ୍ ଖେଳାଯାଇଥିଲା।
ସେହି ମ୍ୟାଚ୍ରେ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲା।
ଭାରତ ୩୫ଟି ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରିବା ସହିତ ୭ୱିକେଟ୍ରେ ବିଜୟ ହାସଲ କରିଥିଲା।
Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍: "ବି" ଦଳ ପଠାଇପାରେ ଭାରତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।