IND vs WI 5th T20I: ବେଙ୍ଗାଲୁରୁରେ ବର୍ଷା ଅଟକାଇଲା ଫାଇନାଲ ମ୍ୟାଚ୍‌, ବାତିଲ ହେଲା ମୁକାବିଲା

Oct 17, 2026 - 22:58
IND vs WI 5th T20I: ବେଙ୍ଗାଲୁରୁରେ ବର୍ଷା ଅଟକାଇଲା ଫାଇନାଲ ମ୍ୟାଚ୍‌, ବାତିଲ ହେଲା ମୁକାବିଲା

"ବେଙ୍ଗାଲୁରୁ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଶେଷରେ ବାତିଲ ହୋଇଛି।

ଏହି ମ୍ୟାଚରେ ବର୍ଷା ଖଳନାୟକ ସାଜିଛି।

ପାଖାପାଖି ଅଢ଼େଇ ଘଣ୍ଟାର ପ୍ରବଳ ବର୍ଷା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ଏହା ପରେ ମ୍ୟାଚକୁ ଉଭୟ ଦଳ ପାଇଁ ୯-୯ ଓଭର କରିଦିଆଯାଇଥିଲା।

କିନ୍ତୁ ପୁଣି ଥରେ ପ୍ରବଳ ବର୍ଷା ଆସିବାରୁ ଶେଷରେ ମ୍ୟାଚ୍‌ ବାତିଲ କରିଦିଆଯାଇଛି।

ସୂଚନାଯୋଗ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ଏବଂ ତୃତୀୟ ମ୍ରାଚ୍‌କୁ ଭାରତ ଜିତିଥିଲା।

ସେହିପରି ଦ୍ବିତୀୟ ଏବଂ ଚତୁର୍ଥ ମ୍ୟାଚ୍‌ରେ ଅତିଥି ଦଳ ବିଜୟ ହାସଲ କରିଥିଲା।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।