IND-W vs ZIM-W: ଜିମ୍ବୱେ ଆଗରେ ୩୨୯ ରନ୍‌ର ଲକ୍ଷ୍ୟ ରଖିଲା ଭାରତ; ଶତକ ମାରିଲେ ଦୁଇ‌ ଖେଳାଳି

Oct 25, 2026 - 20:03
IND-W vs ZIM-W: ଜିମ୍ବୱେ ଆଗରେ ୩୨୯ ରନ୍‌ର ଲକ୍ଷ୍ୟ ରଖିଲା ଭାରତ; ଶତକ ମାରିଲେ ଦୁଇ‌ ଖେଳାଳି

ଭଦ‌ୋଦରା: ଗୁଜରାଟର ଭଦୋଦରାରେ ଜାରି ଥିବା ଦ୍ବିତୀୟ ମୁକାବିଲାରେ ଭାରତୀୟ ମହିଳା ଟିମ୍‌ ଜିମ୍ବାୱେକୁ ୩୨୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।

ଅଧିନାୟକ ପଦ ଛାଡ଼ିବା ପରେ ପୁଣି ଥରେ ହରମନପ୍ରୀତ କୌର ଟିମ୍‌କୁ ସଂକଟ ଭିତରୁ ବାହାର କରି ବଡ଼ ଇନିଂସ ଖେଳିଛନ୍ତି।

ଅଧିନାୟକ ସ୍ମୁତି ମନ୍ଧାନା ଏବଂ ଶେଫାଳି ବର୍ମା ଶସ୍ତାରେ ଆଉଟ୍‌ ହେଲା ପରେ ଟିମ୍‌ ୧୯ ରନ୍‌ ସଂଗ୍ରହ କରିଥିଲା।

ଭାରତ ୨ଟି ୱିକେଟ୍‌ ହରାଇଲା ପରେ ସଂକଟ ପରିସ୍ଥିତି ଦେଇ ଗତି କରୁଥିଲା।

ଏହି ଭଳି ଏକ ବିପଦ ସମୟରେ ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ଏବଂ ଉପଅଧିନାୟକ ଦୀପ୍ତି ଶର୍ମା କ୍ରିଜର ଦାୟିତ୍ବ ନେଇଥିଲେ।

ଅଡୁଆ ସମୟରେ ହରମନପ୍ରୀତ କୌର ଏବଂ ଉପଅଧିନାୟକ ଦୀପ୍ତି ଶର୍ମା ଶତକୀୟ ଇନିଂସ ଖେଳିଥିଲେ।

Advertisment ହରମନପ୍ରୀତ କୌର ନିଜ କ୍ୟାରିୟରର ଅଷ୍ଟମ ଶତକ ସହିତ ମହିଳା ଦିନିକିଆରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ଶତକ ରେକର୍ଡ ନିଜ ନାମରେ କରିଥିଲେ।

ପ୍ରାରମ୍ଭିକ ଝଟକା ପରେ ହରମନପ୍ରୀତ କୌର ପ୍ରତିକା ରାଓଲ (୬୧ ରନ୍‌)ଙ୍କ ସହିତ ୧୨୪ ରନ୍‌ର ଜବରଦସ୍ତ ଭାଗିଦାରୀ କରିଥିଲେ।

ପ୍ରତୀକା ଏବଂ ଜେଲ ହସନଭୀସଙ୍କ ଆଉଟ୍‌ ହେଲା ପରେ ହରମନପ୍ରୀତ ମୋର୍ଚ୍ଚା ସମ୍ଭାଳି ଥିଲେ ଏବଂ ଉପଅଧିନାୟକ ଦୀପ୍ତି ଶର୍ମାଙ୍କ ସହିତ ମିଶି ଆଉ ଏକ ଶତକୀୟ ଭାଗିଦାରୀ କରିଥିଲେ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୮ ରନ୍‌ର ବିଶାଳ ସ୍କୋର କରିଛି।

BCCI's Injury Crisis: ଭାରତୀୟ କ୍ରିକେଟ୍‌ରେ ଆହତ ଚିନ୍ତା: ବର୍ଷକ ମଧ୍ୟରେ ୩୨ଜଣ ଆହତ ଖେଳାଳିଙ୍କ ହୋଇଛି ଚିକିତ୍ସା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।