INDI Alliance Holds Mega Rally in Delhi, Rahul Gandhi Raises Vote Theft Allegations
#ଇଣ୍ଡି_ମେଣ୍ଟର_ମହାରାଲି #ଗୋଟିଏ_ମଞ୍ଚରେ_ବିରୋଧୀ
ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ମହାରାଲି । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଭିନ୍ନ ବିରୋଧୀ ଦଳର ନେତା। 'ଭୋଟ୍ ବଚାଓ, ଦେଶ ବଚାଓ' ନାରା ଦେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଘେରିଛନ୍ତି ବିରୋଧୀ। ରାଲିରେ ଯୋଗଦେଇ ଭୋଟ୍ ଚୋରି ଅଭିଯୋଗ ଉଠାଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଭୋଟର ତାଲିକାରୁ ମନଇଚ୍ଛା ନାଁ କାଟିବା ଏବଂ ନୂଆ ନାଁ ଯୋଡ଼ିବା ଜରିଆରେ ନିର୍ବାଚନରେ ଅନିୟମିତତା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ମହାରାଲିରେ ରାହୁଲ ଗାନ୍ଧିଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଏବଂ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ। ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଏହି ଅଭିଯୋଗ ଜାତୀୟ ରାଜନୀତିକୁ କରିଛି ସରଗରମ।
#INDIABloc#RahulGandhi#OppositionRally#Delhi#RamlilaMaidan#VoteChori#SaveVoteSaveNation#ElectionCommission
#INDIAllianceMegaRally#OppositionLeaders#VoterListControversy
#OdishaTV#OTV
The INDIA bloc organised a mega rally at Delhi’s Ramlila Maidan, bringing together leaders from several opposition parties under the slogan ‘Save Vote, Save Nation’. Opposition leaders raised allegations against the Central Government and the Election Commission. Addressing the rally, Leader of Opposition in the Lok Sabha Rahul Gandhi alleged vote theft, claiming that names were being arbitrarily deleted from voter lists and new names added to manipulate elections. Congress leaders Mallikarjun Kharge, Sonia Gandhi and Priyanka Gandhi shared the stage with Rahul Gandhi. Samajwadi Party chief Akhilesh Yadav, TMC chief Mamata Banerjee, RJD leader Tejashwi Yadav, NCP leader Supriya Sule and National Conference leader Farooq Abdullah were also among those present.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।