OCA Elections After December 24: OCA ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି, ଡିସେମ୍ବର ୨୪ ପରେ ବଡ଼ ଲଢ଼େଇ

Nov 01, 2026 - 19:04
OCA Elections After December 24: OCA ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି, ଡିସେମ୍ବର ୨୪ ପରେ ବଡ଼ ଲଢ଼େଇ

ଓସିଏ ନିର୍ବାଚନ ପାଇଁ ଫିଟିଲା ବାଟ।

ଖୁବ ଶୀଘ୍ର ହେବ OCA ନିର୍ବାଚନ।

ଆସନ୍ତା ଡିସେମ୍ବର ୨୪ ତାରିଖରେ ହେବାକୁ ଥିବା ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ ପରେ ନିର୍ବାଚନ ଅନୁଷ୍ଠିତ ହେବ।

ଓସିଏ ସମ୍ମିଳନୀ କକ୍ଷରେ ବସିଥିବା ସାଧାରଣ ପରିଷଦ ବୈଠକରେ ଏ ନେଇ ସଦସ୍ୟ ମାନଙ୍କ ସହମତିରେ ନିଷ୍ପତ୍ତି ହୋଇଛି।

ଲୋଧା କମିଟି ନିୟମ ଅନୁଯାୟୀ ନିର୍ବାଚନ କରାଯିବ।

ଏ ନେଇ ଖୁବଶୀଘ୍ର ପକ୍ରିୟା ଆରମ୍ଭ ହେବ ବୋଲି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇଛନ୍ତି।

Advertisment ଦିର୍ଘଦିନ ଧରି ଓସିଏ ନିର୍ବାଚନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସନରାଇଜ କ୍ଲବ ସଦସ୍ୟ ତଥା ପୂର୍ବତନ କ୍ରିକେଟର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୨୫ ମସିହାରୁ ନିର୍ବାଚନ ସ୍ଥଗିତ ରଖିବା ନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ହାଇକୋର୍ଟରେ ମାମଲା ବିଚାରଧୀନ ଅଛି।

ତେବେ ଓସିଏ ନିର୍ବାଚନ ନେଇ ସ୍ପଷ୍ଟ ହେବାପରେ ଲଳିତେନ୍ଦୁ କହିଛନ୍ତି, ନିର୍ବାଚନକୁ ଜାଣିଶୁଣି ସ୍ଥଗିତ ରଖାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।