India Announce U19 Asia Cup Squad: ୧୯ ବର୍ଷରୁ କମ୍ ଏସିଆ କପ୍ରେ ଖେଳିବେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ
ବାପାଙ୍କ ପରିଚୟରୁ ନୁହେଁ, ନିଜ ବ୍ୟାଟିଂର ଦମ୍ରେ ଏବେ ଚର୍ଚ୍ଚାରେ ଦୁଇ ଯୁବ କ୍ରିକେଟର୍।
ଭାରତୀୟ କ୍ରିକେଟ୍ର ଦୁଇ ମହାନ ଖେଳାଳି ବୀରେନ୍ଦ୍ର ସେହୱାଗ ଓ ରାହୁଲ ଦ୍ରାବିଡ଼ଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଓ ଅନ୍ୱୟ ଦ୍ରାବିଡ଼ଙ୍କୁ ମିଳିଛି ବଡ଼ ସୁଯୋଗ।
ଆଗାମୀ ପୁରୁଷ U-19 ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଉଭୟ ସ୍ଥାନ ପାଇଛନ୍ତି।
Advertisment ନଭେମ୍ବର ୫ରୁ ୧୪ ତାରିଖ ଯାଏଁ ଓମାନର ମସ୍କଟରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ।
ନିକଟରେ ଶେଷ ହୋଇଥିବା ଭିନୁ ମାଙ୍କଡ ଟ୍ରଫିରେ ଉଭୟ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ।
ଅନ୍ୱୟ ଦ୍ରାବିଡ଼ ମାତ୍ର ୧୦୦ ବଲ୍ରେ ୧୫୧ ରନ୍ କରିଥିବା ବେଳେ ଆର୍ଯ୍ୟବୀର ସେହୱାଗ ୧୪୩ ବଲ୍ରେ ୧୭୩ ରନ୍ର ଧମାକାଦାର ଇନିଂସ ଖେଳିଥିଲେ।
ଲକ୍ଷ୍ୟ ରାଇଚନ୍ଦାନୀଙ୍କ ନେତୃତ୍ୱରେ ଭାରତ ଗ୍ରୁପ୍-ଏରେ ସ୍ଥାନ ପାଇଛି।
ଏହି ଗ୍ରୁପ୍ରେ ଭାରତ ସହ ପାକିସ୍ତାନ, ନେପାଳ ଓ UAE ରହିଛନ୍ତି।
ନଭେମ୍ବର ୬ରେ ନେପାଳ, ୮ରେ ପାକିସ୍ତାନ ଓ ୧୦ ତାରିଖରେ UAEକୁ ଭେଟିବ ଭାରତ।
ଏବେ ସମସ୍ତଙ୍କ ନଜର ଏହି ଦୁଇ ଯୁବ ତାରକାଙ୍କ ଉପରେ।
ବାପାଙ୍କ ପରି ଭାରତ ପାଇଁ ବଡ଼ ଇନିଂସ ଖେଳିବାର ସ୍ୱପ୍ନ ନେଇ ମଇଦାନକୁ ଓହ୍ଲାଇବେ ଆର୍ଯ୍ୟବୀର ଓ ଅନ୍ୱୟ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।