INDIA Bloc Holds Protest March: INDIA ବ୍ଲକର ପ୍ରତିବାଦରେ BJD, ନବୀନଙ୍କ ନିର୍ଦ୍ଦେଶରେ ସାମିଲ ହେଲେ ସାଂସଦ
SIRକୁ ନେଇ ବିରୋଧୀଙ୍କ ମେଳି। CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘INDIA’ ବ୍ଲକର ବିକ୍ଷୋଭ। ଲିଷ୍ଟରୁ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଅଭିଯୋଗ ନେଇ ଦିଲ୍ଲୀରେ ବିରୋଧୀ ଦଳଙ୍କ ଜୋରଦାର ପ୍ରତିବାଦ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏହି ରାଲିରେ ସାମିଲ ହୋଇଥିଲେ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା କରିଛନ୍ତି ରାହୁଲ ଗାନ୍ଧି। INDIA ବ୍ଲକ ପ୍ରତିବାଦରେ ସାମିଲ ହୋଇଛି ବିଜେଡି। ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦରେ ସାମିଲ ହୋଇଛନ୍ତି BJD ସାଂସଦ। ପ୍ରତିବାଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ସାମିଲ ହୋଇଛନ୍ତି। ବିଜେଡିର ସବୁ ସାଂସଦ ସାମିଲ ହେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ।
ନିର୍ବାଚନ କମିଶନଙ୍କ ଅଫିସ୍ ଘେରାଉ ସହ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା କରିଥିଲେ ବିରୋଧୀ। ପାର୍ଲାମେଣ୍ଟରୁ ନିର୍ବାଚନ କମିଶନଙ୍କ ଅଫିସ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍-SIR ନାଁରେ ଭୋଟର ଲିଷ୍ଟରୁ ବ୍ୟାପକ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଏହି ପ୍ରତିବାଦ ହେଉଛି। ..
SIR ପ୍ରକ୍ରିୟାରେ ବିବାଦୀୟ ଭୂମିକା ନେଇ ନବୀନ ପଟ୍ଟନାୟକ ପୂର୍ବରୁ ହିଁ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। SIR ନାଁରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଓ ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାଁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଜେଡି ଉଭୟ ଇଣ୍ଡିଆ ବ୍ଲକ ଓ ଏନଡିଏଠାରୁ ସମଦୂରତା ବଜାୟ ରଖିଛି। କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେଡି ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୋଲି କହିଛି। ଇଣ୍ଡିଆ ବ୍ଲକ ପଦଯାତ୍ରାକୁ ଦୃଷ୍ଟିରେ ରଖି ସଂସଦ ଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
‘INDIA’ ବ୍ଲକ ପ୍ରତିବାଦରେ ବିଜେଡି ସାମିଲ
CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘INDIA’ ବ୍ଲକର ବିକ୍ଷୋଭ
ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦରେ ସାମିଲ BJD
‘INDIA’ ବ୍ଲକ ପ୍ରତିବାଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ସାମିଲ
ବିଜେଡିର ସବୁ ସାଂସଦ ସାମିଲ ହେବାକୁ ନବୀନଙ୍କ ନିର୍ଦ୍ଦେଶ
ନିର୍ବାଚନ କମିଶନଙ୍କ ଅଫିସ୍ ଘେରାଉ ସହ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା
ସମଦୂରତା ନୀତି, ହେଲେ ପ୍ରତିବାଦରେ ବିଜେଡି
ବିଜେଡିର ଦୋମୁହାଁ ପଦକ୍ଷେପକୁ ନେଇ ଚର୍ଚ୍ଚା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।