India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି ‘ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା

Oct 04, 2026 - 23:19
India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି ‘ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା

"ରାଉରକେଲା (ଦେବ ଗଡ଼ତିଆ): ରାଉରକେଲା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଯୁବ ଲେଖିକା ଆନନ୍ଦିତା ଆଚାର୍ଯ୍ୟ।

ମାତ୍ର ୧୩ ବର୍ଷୀୟା ପ୍ରତିଭାବାନ ଆନନ୍ଦିତା ନିଜର ଅସାଧାରଣ ସାହିତ୍ୟି କୃତୀ ପାଇଁ ପ୍ରତିଷ୍ଠିତ "ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ" ରେ ସ୍ଥାନ ପାଇଛନ୍ତି।

ସେ ସବୁଠାରୁ କମ୍ ବୟସ୍କା ଲେଖିକା ଭାବେ ସର୍ବବୃହତ କାବ୍ୟ-ଉପନ୍ୟାସ "ମାୟା ଭବନ ଡିମାଣ୍ଡ୍‌ସ ଜଷ୍ଟିସ୍‌" ରଚନା କରି ଏହି ବିରଳ ସଫଳତା ହାସଲ କରିଛନ୍ତି।

Advertisment ରାମକୃଷ୍ଣ ନନ୍ଦଙ୍କୁ ଉତ୍ସର୍ଗ ଶିଶୁ ସାହିତ୍ୟ ଓ ଆଧ୍ୟାତ୍ମିକ ମଞ୍ଚ: "ଜାତୀୟସ୍ତରରେ ସମ୍ମାନ ପାଉନି ଶିଶୁ ସାହିତ୍ୟ"ଆନନ୍ଦିତା ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନା ମାନବ ସମ୍ବଳ ବିଭାଗର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ସଞ୍ଜୀତ କୁମାର ଆଚାର୍ଯ୍ୟ ଓ ଦେବସ୍ମିତା ଆଚାର୍ଯ୍ୟଙ୍କ ଝିଅ।

ତାଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ସାରା ରାଉରକେଲାରେ ଖୁସିର ଲହରି ଖେଳାଇ ଦେଇଛି।

ଆନନ୍ଦିତା ବର୍ତ୍ତମାନ ସେକ୍ଟର-୨୦ ଏସ୍‌ଏସ୍‌ଆର୍‌ଭିଏମ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ।

ସେ ଏହି ୫ ଶହ ପୃଷ୍ଠାର ବୃହତ କାବ୍ୟ-ଉପନ୍ୟାସକୁ ମାତ୍ର ସାତ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଛନ୍ତି, ଯେଉଁଥିରେ ୭୦ ହଜାରରୁ ଅଧିକ ଶବ୍ଦ ରହିଛି।  "ଭାରତର ଅସ୍ମିତା ହେଉଛି ଶିଶୁ ସାହିତ୍ୟ"ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ନିଜର ନିୟମିତ ପାଠପଢ଼ା ଓ ଅନ୍ୟାନ୍ୟ ସାମାଜିକ ତଥା ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ସହ ଲେଖା ଜାରି ରଖିଥିଲେ।

କବିତା ଓ ସୃଜନଶୀଳ ଲେଖା ପ୍ରତି ପିଲାଦିନରୁ ତାଙ୍କର ଗଭୀର ଆଗ୍ରହ ରହିଛି।

କବିତା ବ୍ୟତୀତ ଗଳ୍ପ ଲେଖିବା, ଶ୍ଳୋକ ଆବୃତ୍ତି, ତର୍କ, ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳାରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି।

ବିଶିଷ୍ଟ ଶିଶୁ ସାହିତ୍ୟିକ ଡ.

ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କ ପରଲୋକଏହି ସଫଳତା ନେଇ ଆନନ୍ଦିତା କହିଛନ୍ତି, ପିତାମାତା ଓ ଶିକ୍ଷକମାନଙ୍କର ନିରନ୍ତର ସମର୍ଥନ, ପ୍ରେରଣା ତଥା ଶୃଙ୍ଖଳା ଓ ନିଷ୍ଠାର ସହ ଲେଖିପାରିଛି।

ଦୈନନ୍ଦିନ ପାଠପଢ଼ା ସହ ଲେଖାଲେଖିକୁ ନିଜର ଦିନଚର୍ଯ୍ୟାରେ ସାମିଲ କରିଥିଲି।

କଠିନ ପରିଶ୍ରମ ଏବେ ଆନନ୍ଦଦାୟକ ଅନୁଭୂତିରେ ପରିଣତ ହୋଇଛି।

ଯୁବପିଢ଼ି ଭଲ ବହି ପଢ଼ିବା ଅଭ୍ୟାସ କରନ୍ତୁ।

ଏହା ସୃଜନଶୀଳତାକୁ ବଢ଼ାଇବା ସହ ଚିନ୍ତାଧାରାକୁ ବ୍ୟାପକ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।