Jeevan Zindabad 2.0 ଜୀବନ ଜିନ୍ଦାବାଦ-୨.୦, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ: ମୁଖ୍ୟମନ୍ତ୍ରୀ
"ଭୁବନେଶ୍ୱର: ଏପ୍ରିଲ ପହିଲାରେ ପ୍ରସ୍ତୁତ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ।
ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ, ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି ବୋଲି କହିବା ସହ ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୁଲିସ, ପକ୍ଷରୁ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମ "ଜୀବନ ଜିନ୍ଦାବାଦ- ୨.୦"ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି।
Advertisment Educational institutions: ଶିକ୍ଷାନୁଷ୍ଠାନ ନିକଟରେ ପାନ ଦୋକାନ ରହିବନି: ନିଶାମୁକ୍ତ ଓଡ଼ିଶା ପାଇଁ ଜୋରଦାର୍ ହେବ ଚଢ଼ଉ ମୁଖ୍ୟମନ୍ତ୍ରୀ ରାଜ୍ୟସରକାରଙ୍କ ପକ୍ଷରୁ ନିଶା ବିରୁଦ୍ଧରେ "ଜିରୋ ଟଲରେନ୍ସ" ନୀତି ଜାରି ରହିଥିବା ସ୍ପଷ୍ଟ କରିଛନ୍ତି।
ସେ କହିଥିଲେ, ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି।
ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ୱୀକାର କରିଛନ୍ତି।
ଗତବର୍ଷ ଆରମ୍ଭ ହୋଇଥିବା "ଜୀବନ ଜିନ୍ଦାବାଦ" ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବାରେ ବଡ଼ ସଫଳତା ଦେଇଥିବାବେଳେ, ବର୍ତ୍ତମାନର "ଜୀବନ ଜିନ୍ଦାବାଦ ୨.୦" ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି।
Drug free: ୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ ଏହାସହ ଚୋରା ଓ ବିଷକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି।
ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଏବଂ ଗୁଟ୍କା ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ ଓ କଲେଜ କ୍ୟାମ୍ପସକୁ "ନିଶା ନିଷିଦ୍ଧ" ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଦ୍ୱାରା ୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଘୋଷିତ "ଡେଡ୍ଲାଇନ୍"କୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Mann Ki Baat: ମନ୍ କି ବାତ୍: ନିଶାମୁକ୍ତ ବିକଶିତ ଭାରତ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ,"ଭୋକାଲ୍ ଫର୍ ଲୋକାଲ୍" ଉପରେ ଗୁରୁତ୍ୱାରୋପ ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର "ନିଶାମୁକ୍ତ ଭାରତ" ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ର ଶୁଭାରମ୍ଭ କରିଥିଲେ।
ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ "ଜୀବନ ଜିନ୍ଦାବାଦ", "ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ" ଏବଂ ସଚେତନମୂଳକ ନାଟକ "ଭୂତ ମଣିଷର ନିଶାକୁ ନା" ମଞ୍ଚସ୍ଥ ହୋଇଥିଲା।
ନିଶା ମୁକ୍ତି ପାଇଁ ବଡ଼ ପଦକ୍ଷେପ: ଜୋରଦାର କରାଯିବ ବ୍ରାଉନସୁଗାର ଧରପଗଡ଼ ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଶିଷ୍ଟ ଅତିଥି ଏବଂ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।