India Creates History at Asian Para Games: ଏସିଆନ୍ ପାରା ଗେମ୍ସରେ ଭାରତର ଐତିହାସିକ ସଫଳତା! ୧୧୪ ପଦକ ସହ ନୂଆ ରେକର୍ଡ

Oct 23, 2026 - 18:59
India Creates History at Asian Para Games: ଏସିଆନ୍ ପାରା ଗେମ୍ସରେ ଭାରତର ଐତିହାସିକ ସଫଳତା! ୧୧୪ ପଦକ ସହ ନୂଆ ରେକର୍ଡ

ଜାପାନରେ ଚମକିଲେ ଭାରତୀୟ ପାରା ଆଥଲେଟ୍‌।

ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ରଚିଲେ ଇତିହାସ।

୨୦୨୨ର ପୁରୁଣା ରେକର୍ଡକୁ ପଛରେ ପକାଇ ଏଥର ଏସିଆନ୍ ପାରା ଗେମ୍ସରେ ଭାରତ ହାସଲ କରିଛି ନିଜର ସର୍ବଶ୍ରେଷ୍ଠ ସଫଳତା।

ମୋଟ ୧୧୪ଟି ପଦକ ସହ ଦେଶର ଗୌରବ ବଢ଼ାଇଛନ୍ତି ଖେଳାଳି।

ଏଥିରେ ରହିଛି ୩୦ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଏବଂ ୪୯ଟି କାଂସ୍ୟ ପଦକ।

Advertisment ୨୦୨୨ ହାଙ୍ଗଝୋଉ ଏସିଆନ୍ ପାରା ଗେମ୍ସରେ ଭାରତ ୧୧୧ଟି ପଦକ ଜିତିଥିଲା।

ହେଲେ ଏଥର ସେହି ରେକର୍ଡ ଭାଙ୍ଗି ୧୧୪ରେ ପହଞ୍ଚିଛି ଭାରତର ପଦକ ସଂଖ୍ୟା।

କେବଳ ସେତିକି ନୁହେଁ, ପୂର୍ବରୁ ଜିତିଥିବା ୨୯ଟି ସ୍ୱର୍ଣ୍ଣ ପଦକର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି ଦଳ।

ପାରା ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ ଏହି ସଫଳତାର ମୁଖ୍ୟ ଆକର୍ଷଣ ପାଲଟିଛି।

ପୁରୁଷ ୪୦୦ ମିଟର T64 ଦୌଡ଼ରେ ସନ୍ଦୀପ କୁମାର ୫୨.୨୮ ସେକେଣ୍ଡରେ ଦୌଡ଼ ଶେଷ କରି ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଛନ୍ତି।

ସେହିପରି ହାନି ଜାଭେଲିନ୍ ଥ୍ରୋ F37/38ରେ ୬୦.୪୯ ମିଟର ଫିଙ୍ଗି ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Advertisment ଶୁଟିଂରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଛି।

ମୋନା ଅଗ୍ରୱାଲ ମହିଳା ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ଇଭେଣ୍ଟରେ ୩୫୭.୫ ପଏଣ୍ଟ ହାସଲ କରି ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହି ଇଭେଣ୍ଟରେ ସେ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

ପାରା ବ୍ୟାଡମିଣ୍ଟନରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି।

ପୁରୁଷ ସିଙ୍ଗଲ୍ସ SL3 ଫାଇନାଲରେ ନୀତେଶ କୁମାର, ନିଜ ଦେଶର ପ୍ରମୋଦ ଭଗତଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି।

ସେହିପରି ନବୀନ ଶିବକୁମାର ପୁରୁଷ ସିଙ୍ଗଲ୍ସ SL4ରେ ଏବଂ ଥୁଲାସିମାଥି ମୁରୁଗେସନ୍ ଓ ମାନସୀ ଯୋଶୀ ମହିଳା ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି।

ତୀରନ୍ଦାଜୀରେ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ଚୀନ୍‌କୁ ୫-୧ରେ ପରାସ୍ତ କରି ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି।

ଜାଭେଲିନ୍ ଥ୍ରୋରେ ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ପୋଡିୟମ୍‌ରେ ଦବଦବା ଦେଖାଇଥିବା ବେଳେ ପ୍ରଣବ ସୋର୍ମା କ୍ଲବ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ତେବେ ଏହି ସଫଳତା ମଧ୍ୟରେ ଭାରତ ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ ହେଉଛି—୩୦ଟି ସ୍ୱର୍ଣ୍ଣ ସହ ନୂଆ ରେକର୍ଡ।

ପଦକ ତାଲିକାରେ ଭାରତ ସେତେବେଳେ ଚତୁର୍ଥ ସ୍ଥାନରେ ଥିଲା, ଯଦିଓ ଚୂଡ଼ାନ୍ତ ତାଲିକାରେ ଦକ୍ଷିଣ କୋରିଆ ଭାରତକୁ ଅତିକ୍ରମ କରିବାର ସମ୍ଭାବନା ରହିଥିଲା।

ରେକର୍ଡ ପରେ ରେକର୍ଡ, ସ୍ୱର୍ଣ୍ଣ ପରେ ସ୍ୱର୍ଣ୍ଣ—ଭାରତୀୟ ପାରା ଆଥଲେଟ୍‌ଙ୍କ ଏହି ଐତିହାସିକ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।