Cyclone Threat Looms Over Odisha: କେଉଁଠି ହେବ ବାତ୍ୟାର ଲ୍ୟାଣ୍ଡଫଲ୍? ଗୋପାଳପୁର ନା ବିଶାଖାପାଟଣା, ବଢ଼ିଲା ସସ୍ପେନ୍ସ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ।
ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅବପାତ, ୨୫ରେ ଗଭୀର ଅବପାତ ଏବଂ ୨୬ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
୨୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ନେଇ ଆକଳନ କରାଯାଇଛି।
ପବନରେ ବେଗ ଏବେ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହିଥିବା ବେଳେ ଏହା ଧିରେ ଧିରେ ବଢ଼ି ୨୬ ସକାଳ ବେଳକୁ ୭୦-୮୦ କିମି ଏପରିକି ଝଟ୍କା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।
ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ।
ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇଏମ୍ଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ।
ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି।
Advertisment ସେପଟେ ଯଦି ବର୍ଷା କଥା ଦେଖିବା, ୨୬ ତାରିଖ ଅର୍ଥାତ ଆସନ୍ତା ସୋମବାରଠାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି।
୨୭ ତାରିଖରେ ଅତି ପ୍ରବଳ ଏବଂ ୨୮ ଓ ୨୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ସେପଟେ ଲଘୁଚାପ ପ୍ରଭାବରେ ଏବେଠାରୁ ଅଶାନ୍ତ ହେଲାଣି ସମୁଦ୍ର।
ଓଡ଼ିଶା ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଆସନ୍ତା ୨୬ରୁ ୨୯ ତାରିଖ ଯାଏଁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଯଦିଓ ଆଇଏମ୍ଡି ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରାଯାଇ ନାହିଁ, ତଥାପି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ହିଟ୍ କରିପାରେ।
ନହେଲେ ଆହୁରି ଦକ୍ଷିଣକୁ ବିଶାଖାପାଟାଣା ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।