India GDP Growth: ଭାରତର ଜିଡିପି ୭.୧% ବଢ଼ିବ: ବିଶ୍ୱବ୍ୟାଙ୍କ

Oct 07, 2026 - 15:29
India GDP Growth: ଭାରତର ଜିଡିପି ୭.୧% ବଢ଼ିବ: ବିଶ୍ୱବ୍ୟାଙ୍କ

"ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନେଇ ବିଶ୍ୱ ବ୍ୟାଙ୍କ ଆକଳନ ବଢ଼ାଇଛି।

୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୧% ହାରରେ ବଢ଼ିବ ବୋଲି ବିଶ୍ୱ ବ୍ୟାଙ୍କ ଏହାର ନୂଆ "ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍‌"ରେ କହିଛି।

ପୂର୍ବରୁ ଏପ୍ରିଲରେ ଏହା ୬.୬% ଅଭିବୃଦ୍ଧି ଆକଳନ କରିଥିଲା।

ଅର୍ଥାତ୍‌ ଆକଳନକୁ ୦.୫ ପ୍ରତିଶତ ବଢ଼ାଯାଇଛି।Advertisment ଦେଶରେ ଦୃଢ଼ ଘରୋଇ ଚାହିଦା ଓ ରପ୍ତାନିରେ ଭଲ ପ୍ରଦର୍ଶନ ଯୋଗୁ ଅର୍ଥନୀତିର ଅଭିବୃଦ୍ଧି ଗତିଶୀଳ ରହିଛି।

ଶିଳ୍ପ ଓ ସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟକଳାପ ଭଲ ରହିବା ଆଶା କରାଯାଉଛି।

ବିଶ୍ୱବ୍ୟାଙ୍କ ଭାରତକୁ ବିଶ୍ୱର ପ୍ରମୁଖ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ରଖିଛି।

୨୦୨୫-୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୮% ରହିଥିଲା।

ଦୃଢ଼ ନିବେଶ ଓ ଘରୋଇ ଉପଭୋଗ ଏହି ଅଭିବୃଦ୍ଧିକୁ ସମର୍ଥନ କରିଥିଲା।

ଏବେ ମଧ୍ୟ ଘରୋଇ ଚାହିଦା ଅର୍ଥନୀତିର ମୁଖ୍ୟ ଚାଳକ ଭାବେ ରହିବ ବୋଲି ଆକଳନ କରାଯାଇଛି। "ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍‌" ତେବେ ଅର୍ଥନୀତି ପାଇଁ କିଛି ଆହ୍ୱାନ ମଧ୍ୟ ରହିଛି।

ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଦୀର୍ଘ ସମୟ ଉଚ୍ଚ ରହିଲେ ଭାରତ ଉପରେ ଚାପ ବଢ଼ିପାରେ।

ଏହା ସହିତ ଏଲ୍‌ ନିନୋ ଯୋଗୁ ପାଣିପାଗରେ ପରିବର୍ତ୍ତନ ଓ କୃଷି ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସେୟାର ବଜାରରେ ବଡ଼ ଧରଣର ସୁଧାର ହେଲେ ପୁଞ୍ଜି ପ୍ରବାହ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ।

ବିଶ୍ୱବ୍ୟାଙ୍କ ରିପୋର୍ଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଭାରତର ଭବିଷ୍ୟତ ଅଭିବୃଦ୍ଧି ଓ ନୂଆ ରୋଜଗାର ସୃଷ୍ଟିର ଏକ ବଡ଼ ସୁଯୋଗ ବୋଲି ଦର୍ଶାଯାଇଛି।

ଭାରତର ବଡ଼ ପ୍ରଯୁକ୍ତିଭିତ୍ତିକ କର୍ମଶକ୍ତି, ଆଇଟି କ୍ଷେତ୍ର ଓ ଡିଜିଟାଲ୍‌ ଭିତ୍ତିଭୂମି ଏଆଇର ବ୍ୟବହାର ବଢ଼ାଇବାରେ ସହାୟକ ହେବ।

ଦକ୍ଷିଣ ଏସିଆର ଅଭିବୃଦ୍ଧି ଆକଳନ ମଧ୍ୟ ବଢ଼ାଇ ୨୦୨୬ରେ ୬.୯% କରାଯାଇଛି।

ଏହି ଅଭିବୃଦ୍ଧିରେ ଭାରତର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ସେୟାର ବଜାରରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।