Nobel Prize: ନୋବେଲ ବିଜେତାଙ୍କ ଚୟନ ପ୍ରକ୍ରିୟା ଅତ୍ୟନ୍ତ କଠୋର ଏବଂ ଗୋପନୀୟ; ଜାଣନ୍ତୁ କେମିତି ବଛାଯାଏ ବିଜେତା?
"ପ୍ରତିବର୍ଷ ବିଶ୍ବର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଅନ୍ୟତମ ନୋବେଲ ପୁରସ୍କାରକୁ ନେଇ ଚର୍ଚ୍ଚା ହୁଏ।
ବିଜ୍ଞାନ, ସାହିତ୍ୟ, ଶାନ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଏ।
ତେବେ ନୋବେଲ ବିଜେତାଙ୍କ ଚୟନ ପ୍ରକ୍ରିୟା ଅତ୍ୟନ୍ତ କଠୋର ଏବଂ ଗୋପନୀୟ ରହିଥାଏ।Advertisment ନୋବେଲ ପୁରସ୍କାର ପାଇଁ ଯେକେହି ନିଜକୁ ନିଜେ ନାମାଙ୍କିତ କରିପାରିବେ ନାହିଁ।
ବିଭିନ୍ନ ଦେଶର ବିଶ୍ବବିଦ୍ୟାଳୟର ପ୍ରଫେସର, ବିଶେଷଜ୍ଞ, ଏକାଡେମୀର ସଦସ୍ୟ ଓ ପୂର୍ବତନ ନୋବେଲ ବିଜେତାଙ୍କ ଭଳି ଯୋଗ୍ୟ ବ୍ୟକ୍ତିଙ୍କୁ ନାମାଙ୍କନ ପାଇଁ ଆମନ୍ତ୍ରଣ କରାଯାଏ।
ଶାନ୍ତି ପୁରସ୍କାରରେ ନାମାଙ୍କନ କରିବାକୁ ଯୋଗ୍ୟ ବ୍ୟକ୍ତିଙ୍କ ପରିସର ଅପେକ୍ଷାକୃତ ବ୍ୟାପକ।
ନାମାଙ୍କନ ପାଇଁ ଆମନ୍ତ୍ରଣ ନାମାଙ୍କନ ମିଳିବା ପରେ ସମ୍ପୃକ୍ତ ନୋବେଲ କମିଟି ପ୍ରଥମେ ନାମାଙ୍କନ ବୈଧ କି ନୁହେଁ ଯାଞ୍ଚ କରେ।
ପରେ ହଜାର ହଜାର ନାମରୁ ଧୀରେଧୀରେ ତାଲିକାକୁ ଛୋଟ କରାଯାଏ।
ଚୟନ ହୋଇଥିବା ପ୍ରାର୍ଥୀଙ୍କ କାର୍ଯ୍ୟ, ଅବଦାନ ଓ ତାହାର ପ୍ରଭାବକୁ ଗଭୀର ଭାବେ ଅଧ୍ୟୟନ କରାଯାଏ।
ଆବଶ୍ୟକ ହେଲେ ଦେଶ ଓ ବିଦେଶର ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଏ।
ଏହି ମୂଲ୍ୟାୟନ ପ୍ରକ୍ରିୟା ପରେ ନୋବେଲ କମିଟି ନିଜର ସୁପାରିସ୍ ସମ୍ପୃକ୍ତ ପୁରସ୍କାର ପ୍ରଦାନକାରୀ ସଂସ୍ଥାକୁ ପଠାଏ।
ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍, ଚିକିତ୍ସା ପାଇଁ କାରୋଲିନ୍ସକା ଇନ୍ଷ୍ଟିଚ୍ୟୁଟ୍ର ନୋବେଲ ଆସେମ୍ବଲି ଏବଂ ସାହିତ୍ୟ ପାଇଁ ସ୍ୱିଡିଶ୍ ଏକାଡେମୀ ଚୟନ କରେ।
ଶାନ୍ତି ପୁରସ୍କାରରେ ନରୱେଜିଆନ୍ ନୋବେଲ କମିଟି ଅନ୍ତିମ ନିଷ୍ପତ୍ତି ନିଏ।
The two oldest men born: ଏକା ଦିନରେ ଜନ୍ମିତ ଦୁଇ ସବୁଠୁ ବୟସ୍କ ପୁରୁଷ ନୋବେଲ ନାମାଙ୍କନର ତାଲିକା ଓ ମୂଲ୍ୟାୟନ ସମ୍ପର୍କିତ ତଥ୍ୟ ସାଧାରଣତଃ ଗୋପନୀୟ ରହେ।
ନାମାଙ୍କନ ଦେଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ତତ୍କାଳ ପ୍ରକାଶ କରାଯାଏ ନାହିଁ।
ନୋବେଲ ପୁରସ୍କାର ସମ୍ପର୍କିତ ନାମାଙ୍କନ ଓ ମୂଲ୍ୟାୟନ ଦଲିଲକୁ ୫୦ ବର୍ଷ ପର୍ଯ୍ୟନ୍ତ ଗୋପନୀୟ ରଖାଯାଏ।
ଅନ୍ତିମ ନିଷ୍ପତ୍ତି ପରେ ଅକ୍ଟୋବରରେ ବିଜେତାଙ୍କ ନାମ ଘୋଷଣା ହୁଏ ଏବଂ ପ୍ରତିବର୍ଷ ଡିସେମ୍ବର ୧୦ରେ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୁଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।