India GDP: ୮% ନିରନ୍ତର ଅଭିବୃଦ୍ଧି ପାଇଁ ୪୦% ସଞ୍ଚୟ ଲୋଡ଼ା

Sep 20, 2026 - 20:55
India GDP: ୮% ନିରନ୍ତର ଅଭିବୃଦ୍ଧି ପାଇଁ ୪୦% ସଞ୍ଚୟ ଲୋଡ଼ା

"ନୂଆଦିଲ୍ଲୀ: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସଞ୍ଚୟ ହାର ବଢ଼ାଇବାକୁ ହେବ।

ଘରୋଇ ପୁଞ୍ଜି ଯୋଗାଡ଼ ଅଧିକ କରିବା ସହ ଦକ୍ଷତାର ସହିତ ନିବେଶ ଆବଣ୍ଟନ କରିବାକୁ ହେବ।

ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରକୁ ନିରନ୍ତର ଭାବେ ୭ରୁ ୮ ପ୍ରତିଶତ ସ୍ତରରେ ରଖିବା ପାଇଁ ହେ‌ଲେ ଏହା ଆବଶ୍ୟକ।

ମୋଟ ଘରୋଇ ସଞ୍ଚୟ (ପରିବାର, ଘରୋଇ କ୍ଷେତ୍ର ଏବଂ ସରକାରୀ)କୁ ଜିଡିପିର ଏବେ ୩୪ ପ୍ରତିଶତରେ ରହିଛି।

ଏହାକୁ ଜିଡିପିର ୩୮ରୁ ୪୦ ପ୍ରତିଶତକୁ ବଢ଼ାଇବା ଆବଶ୍ୟକ।

Advertisment ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଅର୍ଥ ଯୋଗାଡ଼ ଉପରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେଇ ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ୍‌କେ ସିିଂହ ଏହା କହିଛନ୍ତି।

ଶ୍ରୀ ସିଂହ ଏହା ମଧ୍ୟ କହିଛନ୍ତି ଯେ ଷୋଡ଼ଶ ଅର୍ଥ କମିସନର ଆକଳନ ଅନୁଯାୟୀ, ୨୦୩୦-୩୧ ସୁଦ୍ଧା ସରକାରୀ ଋଣ ଜିଡିପି ଅନୁପାତକୁ ୭୩.୧ ପ୍ରତିଶତରେ ରଖାଯିବ, ଯାହାକି ବର୍ତ୍ତମାନ ୮୪ ପ୍ରତିଶତ ସ୍ତରରେ ରହିଛି।

ତେବେ ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତି ଏବଂ ଅନ୍ୟାନ୍ୟ ବାହ୍ୟ କାରଣ ପାଇଁ ବିତ୍ତୀୟ ସ୍ଥିତିକୁ ବ୍ୟବସ୍ଥିତ କରିବା କଷ୍ଟକର ହେବ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।