Tata Sons: ଚନ୍ଦ୍ରଶେଖରନ ନିଯୁକ୍ତି ବିବାଦ: କୋର୍ଟ ଯିବେ ନୋଏଲ ଟାଟା

Sep 20, 2026 - 20:12
Tata Sons: ଚନ୍ଦ୍ରଶେଖରନ ନିଯୁକ୍ତି ବିବାଦ: କୋର୍ଟ ଯିବେ ନୋଏଲ ଟାଟା

"ନୂଆଦିଲ୍ଲୀ: ଟାଟା ସନ୍ସ ଓ ଟାଟା ଟ୍ରଷ୍ଟ ମଧ୍ୟରେ ବିବାଦ ଲମ୍ବା ଚାଲିବା ଭଳି ମନେ ହେଉଛି।

ଏନ୍‌ ଚନ୍ଦଶେଖରନଙ୍କୁ ଟାଟା ସନ୍ସ ବୋର୍ଡ ଆଉ ୫ ବର୍ଷର ସୁଯୋଗ ଦେବା ଓ ତାହାକୁ ଟ୍ରଷ୍ଟର ମୁଖ୍ୟ ‌ନୋଏଲ ଟାଟା ତୀବ୍ର ବିରୋଧ କରିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି।

ମାମଲାକୁ ନେଇ କୋର୍ଟ ଯିବାକୁ ନୋଏଲ ପ୍ରସ୍ତୁତ ହେଉଛନ୍ତି।‌ ତାଙ୍କ ମାମଲାକୁ ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସାଂଘଭି ପରିଚାଳନା କରିବା ସମ୍ଭାବନା ରହିଛି।

ସାଂଘଭି ହେଉଛନ୍ତି ସ୍ବର୍ଗତ ରତନ ଟାଟାଙ୍କ ଅତି ପରିଚିତ।

ସାଇସର୍‌ ମିସ୍ତ୍ରୀ ମାମଲାରେ ‌ସେ ଟାଟାଙ୍କ ସହ କାମ କରିଥଲେ।Advertisment ଆଜି ସେ ସୋସିଆଲ ମିଡିଆ ଲେଖିଛନ୍ତି, ମାଲିକଙ୍କ ‌‌ମୌଳିକ ଅଧିକାରକୁ ଏଭଳି ଢଙ୍ଗରେ ବାତିଲ କରାଯାଇପାରିବ ନାହିଁ।

ଅଂଶଧନକାରୀ ମାଲିକାନା ଅଧିକାରକୁ ଅସ୍ଥିର କରିବା ଶହ ଶହ ଭାରତୀୟ କମ୍ପାନିର କର୍ପୋରେଟ୍‌ ଶାସନକୁ ବିପଦରେ ପକାଇବ।

ଟାଟା ଟ୍ରଷ୍ଟ ଓ ଟାଟା ସନ୍ସର ୧୦୦ ର୍ଷରୁ ଅଧିକ ସମୟ ଧରି ଏକ ଦୃଢ଼ ପରମ୍ପରା ରହିଛି।

ଏହାକୁ ଭାଙ୍ଗିବା ଓ ଜଣକୁ ଅନ୍ୟଠାରୁ ଅଲଗା କରିବା ବିଷୟରେ କଳ୍ପନା ମଧ୍ୟ କରିହେଉନାହିଁ।

ମତଦାନ ପ୍ରକ୍ରିୟାରେ ଟଷ୍ଟର ସର୍ବସମ୍ମତି ବ୍ୟବସ୍ଥା ପ୍ରଚଳିତ ରହିଆସିଛି।

ତାହାକୁ ଅଣଦେଖା କରିବା ଅନୁଚିତ ମନେହେଉଛି ବୋଲି ସାଂଘଭି ଲେଖିଛନ୍ତି।

ସ୍ବର୍ଗତ ରତନ ଟାଟାଙ୍କ ସାବତ ଭାଇ ହେଉଛନ୍ତି ନୋଏଲ ଚଳିତ ମାସ ୧୭ରେ ଟାଟା ସନ୍ସ ବୋର୍ଡ ବୈଠକରେ ୪:୧ ସଂଖ୍ୟାଗରିଷ୍ଠ ମତଦାନରେ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ମଞ୍ଜୁର କରାଯାଇଥିଲା।

ଏହି ପ୍ରସ୍ତାବ ଉପରେ କେବଳ ନୋଏଲ ଆପତ୍ତି ଉଠାଇଥିଲେ।

ନୋଏଲ ହେଉଛନ୍ତି ସ୍ବର୍ଗତ ରତନ ଟାଟାଙ୍କ ସାବତ ଭାଇ।

ରତନ ଟାଟାଙ୍କ ଦେହାନ୍ତ ପରେ ସେ ଟାଟା ଟ୍ରଷ୍ଟଗୁଡ଼ିକର ଅଧ୍ୟକ୍ଷ ହୋଇଛି।

ଟାଟା ସନ୍ସ ହେଉଛି ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ସଂସ୍ଥା।

ସେହି ସଂସ୍ଥା ଟାଟା ପରିବାରର ଟ୍ରଷ୍ଟଗୁଡ଼ିକର ସିଂହଭାଗ ୬୬ ପ୍ରତିଶତ ଅଂଶଧନ ଥିବା ବେଳେ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ୧୮ ପ୍ରତିଶତ ଅଂଶଧନ ରହିଛି।

୬୬ ପ୍ରତିଶତ ଭଳି ଅଂଶଧନ ଥିବା ସତ୍ତ୍ବେ ମତଦାନ ପ୍ରକ୍ରିୟାରେ ନୋଏଲ ହାରିଯିବା ଏକ ବଡ଼ ଷଡ଼୍‌ଯନ୍ତ୍ର ଆଡ଼କୁ ଇଙ୍ଗିତ କରୁଛି।

ରତନ ଟାଟା ୨୦୧୭ରେ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରିଥିଲେ।

ପରେ ତାଙ୍କ କାର୍ଯ୍ୟକାଳକୁ ଆଉ ୫ ବର୍ଷ ବଢ଼ାଯାଇଥିଲା।

ତେବେ ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟଗୁଡ଼ିକର ମଙ୍ଗ ସମ୍ଭାଳିଥିବା ନୋଏଲଙ୍କୁ ଚନ୍ଦ୍ରଶେଖରନଙ୍କ କାମ କରିବା ଶୈଳୀ ପସନ୍ଦ ଆସିନଥିଲା।

ବିଶେଷ କରି ଏୟାର ଇଣ୍ଡିଆ ଓ ଟାଟା ଗ୍ରୁପ୍‌ର ଅନ୍ୟ କିଛି କାରବାରକୁ ସେ ଯେଉଁଭଳି ଭା‌ବେ ପରିଚାଳନା କରୁଥିଲେ ତାହାକୁ ନେଇ ନୋଏଲ ସନ୍ତୁଷ୍ଟ ନଥିଲେ।

କୌଣସି ପରିସ୍ଥିତିରେ ସେ ଚନ୍ଦ୍ରଶେଖରନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁନଥିଲେ।

ଚନ୍ଦ୍ରଶେଖରନଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବ୍ରୁଆରିରେ ଶେଷ ହେବାକୁ ଯାଉଛି।

ତେଣୁ ଚଳିତ ବ‌ର୍ଷ ତାଙ୍କ ପୁନଃ ନିଯୁକ୍ତି ସ୍ପଷ୍ଟ ହୋଇଯିବାର ଥିଲା।

କିନ୍ତୁ ନୋଏଲଙ୍କ ସବୁଜ ସଙ୍କେତ ମିଳୁନଥିବାରୁ ସେହି ପୁନଃନିଯୁକ୍ତି ପ୍ରକ୍ରିୟା ଦୀର୍ଘଦିନ ପାଇଁ ଅଟକି ରହିଥିଲା।

ସେ କଥାକୁ ଭଲ ଭା‌ବେ ବୁଝପାରି ଗତ ମାସ ମାସ‌ରେ ଚନ୍ଦ୍ରଶେଖରନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ପୁନଃନିଯୁକ୍ତି ପାଇଁ ଆଗ୍ରହୀ ନଥିବା କହିଥିଲେ।

କିନ୍ତୁ କିଛି ଦିନ ମଧ୍ୟରେ ଆଉ ଏକ ବୈଠକରେ ଯେ‌ତେବେଳେ ତାଙ୍କ ନିଯୁକ୍ତି ମଞ୍ଜୁର କରାଗଲା ସେ ତାଙ୍କ ପୂର୍ବ ଇସ୍ତଫା ନିଷ୍ପତ୍ତିରୁ ସଙ୍ଗେ ସଙ୍ଗେ ଓହରିଯାଇଥିଲେ।

ଆଇଆଇଟି କାନପୁରରେ ଏବେ ମିଳିବ ମେଡିକାଲ ଡିଗ୍ରୀ: ଜାଣନ୍ତୁ କ"ଣ ରହିଛି ସମ୍ପୂର୍ଣ୍ଣ ଯୋଜନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।