India Great In Line To Replace Ajit Agarkar: ଅଗରକରଙ୍କ ସ୍ଥାନ ନେବେ ଏହି ମହାନ ବୋଲର, BCCIରେ ବଡ଼ ପରିବର୍ତ୍ତନ ଚର୍ଚ୍ଚା
ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନର ସଙ୍କେତ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବଢ଼ିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ଅଗରକରଙ୍କ ସ୍ଥାନ ପାଇଁ ପୂର୍ବତନ ଭାରତୀୟ ପେସର୍ ଜହିର ଖାନଙ୍କ ନାଁ ଆଗକୁ ଆସିଛି।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପରେ BCCI ଅଗରକରଙ୍କ ସହ ତାଙ୍କ ଭବିଷ୍ୟତ ନେଇ ଆଲୋଚନା କରିପାରେ। ସେପ୍ଟେମ୍ବରରେ ଅଗରକରଙ୍କ ତିନି ବର୍ଷର କାର୍ଯ୍ୟକାଳ ପୂରଣ ହେବ ଏବଂ ତାଙ୍କୁ ଆଉ ଏକ ବର୍ଷ ପାଇଁ ବଢ଼ାଇବାର ସୁଯୋଗ ରହିଛି।
ପୂର୍ବରୁ VVS ଲକ୍ଷ୍ମଣଙ୍କ ନାଁ ଅଗରକରଙ୍କ ବିକଳ୍ପ ଭାବେ ଚର୍ଚ୍ଚାରେ ଥିଲା। ତେବେ ଅଧିକ ଯାତ୍ରା କରିବାକୁ ପଡ଼ିବାରୁ ସେ ଏହି ଦାୟିତ୍ୱ ନେବାକୁ ଆଗ୍ରହୀ ନଥିବା ରିପୋର୍ଟ ଆସିଛି। ତେଣୁ ଲକ୍ଷ୍ମଣଙ୍କୁ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଭାବେ ନୂଆ ଭୂମିକା ଦିଆଯାଇପାରେ।
ଏପଟେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ସିଲେକ୍ଟର ଓ BCCI ମଧ୍ୟରେ ମତଭେଦ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ୨୦୨୭ ଦିନିକିଆ ବିଶ୍ୱକପ୍ ପୂର୍ବରୁ ରୋହିତଙ୍କ ଭବିଷ୍ୟତକୁ ସିରିଜ୍ ପରେ ସିରିଜ୍ ମୂଲ୍ୟାୟନ କରିବାକୁ BCCI ଚାହୁଁଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।