India-Israel relations: ତେହେରାନ୍ ବୈଠକରେ ଭାରତ-ଇସ୍ରାଏଲ୍ ସମ୍ପର୍କକୁ ନେଇ ପାକିସ୍ତାନର ଉଦ୍ବେଗ
ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ୍ ମଧ୍ୟରେ ବଢ଼ୁଥିବା ସମ୍ପର୍କ ମୁସଲମାନ ଓ ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରୁଥିବା ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିର କହିଥିବା ଇରାନର ଜଣେ ଶୀର୍ଷ ସୁରକ୍ଷା ଅଧିକାରୀ ଦାବି କରିଛନ୍ତି।
ଅକ୍ଟୋବର ୨୬ରେ ତେହେରାନରେ ଇରାନ, ପାକିସ୍ତାନ, ସାଉଦି ଆରବ ଓ ତୁର୍କୀର ପ୍ରତିନିଧିମାନଙ୍କୁ ନେଇ ହୋଇଥିବା ଏକ ବୈଠକରେ ମୁନିର ଏପରି ମନ୍ତବ୍ୟ ଦେଇଥିବା ଇରାନର ସୁରକ୍ଷା ଅଧିକାରୀ ମୋହସେନ ରେଜାଇ କହିଛନ୍ତି।
Advertisment ଇରାନର ସରକାରୀ ଟେଲିଭିଜନ୍କୁ ଅକ୍ଟୋବର ୩୧ରେ ଦେଇଥିବା ଏକ ସାକ୍ଷାତ୍କାରରେ ରେଜାଇ ଏହି ବୈଠକ ସମ୍ପର୍କରେ କହିଥିଲେ।
ପାକିସ୍ତାନୀ ଗଣମାଧ୍ୟମ '୨୪ ନ୍ୟୁଜ୍ ଏଚ୍ଡି' ମଧ୍ୟ ଏହି ସାକ୍ଷାତ୍କାରକୁ ଆଧାର କରି ଖବର ପ୍ରକାଶ କରିଛି।
ରେଜାଇଙ୍କ କହିବା ଅନୁଯାୟୀ, ବୈଠକରେ ମୁନିର ଇସ୍ରାଏଲ୍ର ବିପଦ ଏବଂ ମୁସଲମାନଙ୍କ ବିରୋଧରେ ହିନ୍ଦୁ ଓ ଇହୁଦୀଙ୍କ ମଧ୍ୟରେ ଗଢ଼ିଉଠୁଥିବା ସମ୍ପର୍କକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
Pakistan: ମୁନିରଙ୍କ କ୍ଷମତା ବୃଦ୍ଧି ପାଇବା ଯୋଗୁଁ ଆମେରିକା ଏବଂ ୟୁରୋପ ପଳାଇଛନ୍ତି ସରକାରୀ ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଖୋଲି କହିଲେ ଅକ୍ଟୋବର ୨୬ର ବୈଠକରେ ପାକିସ୍ତାନ ପକ୍ଷରୁ ମୁନିର, ତୁର୍କୀ ପକ୍ଷରୁ ଗୁଇନ୍ଦା ସଂସ୍ଥାମୁଖ୍ୟ ଇବ୍ରାହିମ୍ କାଲିନ, ସାଉଦି ଆରବ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ ସଲମାନ ଏବଂ ଇରାନ ପକ୍ଷରୁ ରେଜାଇ ଯୋଗ ଦେଇଥିଲେ।
ଇସ୍ରାଏଲ୍ ଓ ଆମେରିକା ସହ ଜଡ଼ିତ ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଏହି ବୈଠକ ହୋଇଥିଲା।
ରେଜାଇଙ୍କ ଦାବି ଅନୁଯାୟୀ, ଇସ୍ରାଏଲ୍ରୁ ଉପୁଜୁଥିବା ବିପଦ ନେଇ ବୈଠକରେ ଅନ୍ୟ ପ୍ରତିନିଧିମାନେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।
ତୁର୍କୀର ପ୍ରତିନିଧି କାଲିନ ମଧ୍ୟ ଇସ୍ରାଏଲ୍ର କାର୍ଯ୍ୟକଳାପକୁ ନେଇ ଉଦ୍ବେଗ ଜଣାଇଥିବା ସେ କହିଛନ୍ତି।
ତେବେ ଏହି ଆଲୋଚନାର ସମ୍ପୂର୍ଣ୍ଣ ବିବରଣୀ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇନାହିଁ।
ପ୍ରତିରକ୍ଷା, ଗୁଇନ୍ଦା ସୂଚନା ଆଦାନପ୍ରଦାନ, ଆତଙ୍କବାଦ ବିରୋଧୀ ସହଯୋଗ, କୃଷି, ଜଳ ପରିଚାଳନା ଓ ନୂତନ ଜ୍ଞାନକୌଶଳ ଭଳି କ୍ଷେତ୍ରରେ ଭାରତ ଓ ଇସ୍ରାଏଲ୍ର ସହଯୋଗ ବଢ଼ିଛି।
ଏହି ସମ୍ପର୍କକୁ ନେଇ ପାକିସ୍ତାନର ନେତୃତ୍ୱ ଉଦ୍ବେଗ ପ୍ରକାଶ କରୁଥିବା ରେଜାଇଙ୍କ ମନ୍ତବ୍ୟରୁ ସୂଚନା ମିଳୁଛି।
ପାକିସ୍ତାନୀ ସାମ୍ବାଦିକ ନଜମ୍ ସେଠୀ ମଧ୍ୟ ଏକ କାର୍ଯ୍ୟକ୍ରମରେ ରେଜାଇଙ୍କ ମନ୍ତବ୍ୟ ଉପରେ ଆଲୋଚନା କରି ମୁନିର ଭାରତ-ଇସ୍ରାଏଲ୍ ସମ୍ପର୍କକୁ ଏକ ବଡ଼ ବିପଦ ବୋଲି କହିଥିବା ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।