India Officially Approves E100 Fuel: E100 ଇନ୍ଧନକୁ ସରକାରଙ୍କ ଅନୁମତି, ଆଗକୁ ଇଥାନଲ୍‌ରେ ଗଡ଼ିବ ଗାଡ଼ି

Oct 26, 2026 - 17:14
India Officially Approves E100 Fuel: E100 ଇନ୍ଧନକୁ ସରକାରଙ୍କ ଅନୁମତି, ଆଗକୁ ଇଥାନଲ୍‌ରେ ଗଡ଼ିବ ଗାଡ଼ି

ପେଟ୍ରୋଲ ଉପରେ ନିର୍ଭରତା କମାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ।

ଏଣିକି ୧୦୦ ପ୍ରତିଶତ ବାୟୋ-ଇଥାନଲ୍‌ରେ ଚାଲିପାରିବ ଗାଡ଼ି!

E100 ଇନ୍ଧନ ବ୍ୟବହାର ପାଇଁ ଆଇନଗତ ଅନୁମତି ଦେଇଛନ୍ତି ସରକାର।

ଏଥିପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ରେ ସଂଶୋଧନ କରାଯାଇଛି।

ଅକ୍ଟୋବର ୨୩, ୨୦୨୬ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି।

Advertisment ତେବେ ଏହା ଶୁଣି ନିଜ ବାଇକ୍ କିମ୍ବା କାର୍‌ରେ E100 ଭରିବାକୁ ତରବର ହୁଅନ୍ତୁ ନାହିଁ।

କାରଣ ଏହି ଇନ୍ଧନ କେବଳ ସ୍ୱତନ୍ତ୍ର ଭାବେ ନିର୍ମିତ ଓ ପ୍ରମାଣିତ ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ିରେ ହିଁ ବ୍ୟବହାର କରାଯାଇପାରିବ।

ସାଧାରଣ ପେଟ୍ରୋଲ ଗାଡ଼ି କିମ୍ବା E20 ଇନ୍ଧନ ପାଇଁ ତିଆରି ଗାଡ଼ିରେ E100 ବ୍ୟବହାର କରିବା ସୁରକ୍ଷିତ ନୁହେଁ।

ଇନ୍ଧନର ଗୁଣ ଓ ଗାଡ଼ିର ଭିତର ଯନ୍ତ୍ରାଂଶ ଉପରେ ଏହାର ପ୍ରଭାବ ପଡ଼ିପାରେ।

ଏହି ନିଷ୍ପତ୍ତି ପଛରେ ରହିଛି ଦୁଇଟି ବଡ଼ ଲକ୍ଷ୍ୟ ରହିଛି। -ବିଦେଶରୁ ଅଶୋଧିତ ତେଲ ଆମଦାନି କମାଇବା ଏବଂ ପ୍ରଦୂଷଣ ହ୍ରାସ କରିବା।

ଭାରତ ନିଜର ଇଥାନଲ୍ ଉତ୍ପାଦନ କ୍ଷମତାକୁ ବ୍ୟବହାର କରି ପେଟ୍ରୋଲିୟମ୍ ଇନ୍ଧନ ଉପରେ ନିର୍ଭରତା କମାଇବାକୁ ଚାହୁଁଛି।

ଏହାଦ୍ୱାରା ବିଦେଶୀ ମୁଦ୍ରା ଖର୍ଚ୍ଚ କମିବା ସହ ଯାନବାହନରୁ ନିର୍ଗତ ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ସହାୟତା ମିଳିପାରେ।

Advertisment ଇଥାନଲ୍‌କୁ ନେଇ ଭାରତ ପୂର୍ବରୁ ମଧ୍ୟ ବଡ଼ ପଦକ୍ଷେପ ନେଇଛି।

ଦେଶରେ ପେଟ୍ରୋଲ ସହ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ ସମୟ ୨୦୩୦ ପୂର୍ବରୁ ହାସଲ ହୋଇଥିବା ସୂଚନା ଦିଆଯାଇଛି।

ଦେଶରେ ଇଥାନଲ୍ ଉତ୍ପାଦନ କ୍ଷମତା ପ୍ରାୟ ୨,୦୦୦ କୋଟି ଲିଟରରେ ପହଞ୍ଚିଛି।

ଏବେ E100 ପାଇଁ ନିୟମ ସ୍ପଷ୍ଟ ହେବା ପରେ ଏହି କ୍ଷେତ୍ରରେ ଆହୁରି ନୂଆ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।

ନୂଆ ନିୟମ ଅନୁସାରେ, ଗାଡ଼ି ନିର୍ମାତା କମ୍ପାନୀମାନେ E100 ଇନ୍ଧନରେ ଚାଲିପାରୁଥିବା ମଡେଲ୍ ବଜାରକୁ ଆଣିବା ପାଇଁ ଆବଶ୍ୟକ ପରୀକ୍ଷା ଓ ପ୍ରମାଣପତ୍ର ପ୍ରକ୍ରିୟା ଅନୁସରଣ କରିପାରିବେ।

ଆଗାମୀ ମାସଗୁଡ଼ିକରେ ଏଭଳି ଗାଡ଼ି ବଜାରକୁ ଆସିବାର ସମ୍ଭାବନା ରହିଛି।

ତେବେ E100 ଇନ୍ଧନର ବ୍ୟବହାର କେତେ ବ୍ୟାପକ ହେବ, ତାହା ଗାଡ଼ିର ଉପଲବ୍ଧତା ଓ ଇନ୍ଧନ ଯୋଗାଣ ଉପରେ ନିର୍ଭର କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।