India-Pakistan Gold Medal Clash: ପାକିସ୍ତାନକୁ ୨୧୨ ରନ୍‌ର ଟାର୍ଗେଟ୍ ଦେଲା ଭାରତ, ସ୍ୱର୍ଣ୍ଣ ପାଇଁ ଲଢ଼େଇ

Oct 03, 2026 - 13:04
India-Pakistan Gold Medal Clash: ପାକିସ୍ତାନକୁ ୨୧୨ ରନ୍‌ର ଟାର୍ଗେଟ୍ ଦେଲା ଭାରତ, ସ୍ୱର୍ଣ୍ଣ ପାଇଁ ଲଢ଼େଇ

ଏସୀୟ କ୍ରୀଡ଼ାରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଟକ୍କର। ଫାଇନାଲ ମୁକାବିଲାରେ ପାକିସ୍ତାନ ଆଗରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଭାରତ ୨୧୧ ରନ୍ ସଂଗ୍ରହ କରିଛି। ଏବେ ସ୍ୱର୍ଣ୍ଣପଦକ ହାତେଇବା ପାଇଁ ଦୁଇ ଦେଶ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

ଭାରତ ପକ୍ଷରୁ ଅଭିଷେକ ଶର୍ମା ଦମଦାର ବ୍ୟାଟିଂ କରି ୬୧ ରନ୍ ସଂଗ୍ରହ କରିଛନ୍ତି। ସେହିପରି ଶିବମ ଦୁବେ ୨୭ ରନ୍‌ର ଯୋଗଦାନ ଦେଇଛନ୍ତି। ଅନ୍ୟପଟେ ତିଳକ ବର୍ମା ଅପରାଜିତ ୫୧ ରନ୍ କରି ଭାରତର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି।

ଏହି ମୁକାବିଲାରେ ଭାରତର ବ୍ୟାଟିଂ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର। ପାକିସ୍ତାନକୁ ରୋକିପାରିଲେ ଭାରତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ହାସଲ କରିବ। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏସୀୟ କ୍ରୀଡ଼ାରେ ପାକିସ୍ତାନକୁ ବଡ଼ ଟାର୍ଗେଟ୍
 ପାକିସ୍ତାନ ଆଗରେ ୨୧୨ ରନ୍ ଟାର୍ଗେଟ୍ ରଖିଲା ଇଣ୍ଡିଆ
୬ ଓ୍ୱିକେଟ୍  ହରାଇ ଭାରତ କଲା ୨୧୧ ରନ୍  
ଅଭିଷେକ ଶର୍ମା ୬୧, ଶିବମ ଦୁବେ ୨୭ ରନ୍ 
ତିଳକ ବର୍ମାଙ୍କ ଅପରାଜିତ ୫୧ ରନ୍ ସଂଗ୍ରହ
ମ୍ୟାଚ୍ ଜିତିଲେ ସ୍ବର୍ଣ୍ଣପଦକ ଜିତିବ ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।