India Post: ଇଣ୍ଡିଆ ପୋଷ୍ଟ ଜିଡିଏସ୍‌ ନିଯୁକ୍ତି ୨୦୨୬: ୨୩,୭୫୭ ପଦବୀ ପାଇଁ ଆବେଦନ, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ...

Sep 01, 2026 - 18:59
India Post: ଇଣ୍ଡିଆ ପୋଷ୍ଟ ଜିଡିଏସ୍‌ ନିଯୁକ୍ତି ୨୦୨୬: ୨୩,୭୫୭ ପଦବୀ ପାଇଁ ଆବେଦନ, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ...

"ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକ (ଜିଡିଏସ୍‌) ନିଯୁକ୍ତି ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ଅଧୀନରେ ମୋଟ ୨୩,୭୫୭ଟି ପଦବୀ ପୂରଣ କରାଯିବ।

ଏଥିରେ ଶାଖା ପୋଷ୍ଟମାଷ୍ଟର (ବିପିଏମ୍‌), ସହାୟକ ଶାଖା ପୋଷ୍ଟମାଷ୍ଟର (ଏବିପିଏମ୍‌) ଓ ଡାକ ସେବକ ପଦବୀ ରହିଛି।

ଜିଡିଏସ୍‌ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ସେପ୍ଟେମ୍ବର ୨, ୨୦୨୬ରୁ ଆରମ୍ଭ ହେବ।

ଯୋଗ୍ୟ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟର ଅଧିକାରିକ ନିଯୁକ୍ତି ପୋର୍ଟାଲରେ ଯାଇ ଆବେଦନ କରିପାରିବେ।Advertisment ଦଶମ ପାସ୍ କରିଥିଲେ ଆବେଦନ କରିପାରିବେ ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ଦଶମ ଶ୍ରେଣୀରେ ଗଣିତ ଓ ଇଂରାଜୀ ବିଷୟ ଥିବା ଜରୁରି।

ଏହାସହିତ, ପ୍ରାର୍ଥୀ ଯେଉଁ ରାଜ୍ୟ କିମ୍ବା ଡାକ ବିଭାଗ ପାଇଁ ଆବେଦନ କରୁଛନ୍ତି, ସେଠାର ନିର୍ଦ୍ଧାରିତ ସ୍ଥାନୀୟ ଭାଷା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଆବଶ୍ୟକ।

କିଛି ରାଜ୍ୟରେ ସ୍ଥାନୀୟ ଭାଷା ସହ ଅତିରିକ୍ତ ଭାଷା ଜ୍ଞାନର ଆବଶ୍ୟକତା ଥାଇପାରେ।

ତେଣୁ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ନ୍ତୁ।

ଆହୁରି ପଢ଼ନ୍ତୁ- Rahul Gandhi: ଉତ୍ତରାଖଣ୍ଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନେଇ ରାଜନୀତି ସରଗରମ ବୟସ ସୀମା ଜିଡିଏସ୍‌ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିବ।

ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ ମିଳିପାରେ।

ପରୀକ୍ଷା ନାହିଁ, ଦଶମ ମାର୍କ ଆଧାରରେ ଚୟନ ଜିଡିଏସ୍‌ ନିଯୁକ୍ତିରେ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତ୍କା‌ର ଦେବାକୁ ପଡ଼ିବ ନାହିଁ।

ପ୍ରାର୍ଥୀଙ୍କ ଦଶମ ଶ୍ରେଣୀର ମାର୍କ ଆଧାରରେ ମେଧା ତାଲିକା ପ୍ରସ୍ତୁତ ହେବ।

ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।

ଡକ୍ୟୁମେଣ୍ଟ ଯାଞ୍ଚ ପରେ ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ।

ଦରମା କେତେ?

ଜିଡିଏସ୍‌ ପଦବୀରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଟାଇମ୍‌ ରିଲେଟେଡ୍‌ କଣ୍ଟିନ୍ୟୁଟି ଆଲାଓଏନ୍ସ (ଟିଆର୍‌ସିଏ) ମିଳିବ।

ଶାଖା ପୋଷ୍ଟମାଷ୍ଟର (ବିପିଏମ୍‌)ରେ ୧୨,୦୦୦ରୁ ୨୯,୩୮୦ ଟଙ୍କା ଏବଂ ଏବିପିଏମ୍‌ ଓ ଡାକ ସେବକରେ ୧୦,୦୦୦ରୁ ୨୪,୪୭୦ ଟଙ୍କା ଦରମା ମିଳିବ।

ଜିଡିଏସ୍‌ ପଦବୀରେ ସାଧାରଣତଃ ଦିନକୁ ପ୍ରାୟ ୪ରୁ ୫ ଘଣ୍ଟା କାମ କରିବାକୁ ପଡ଼ିପାରେ।

ଆହୁରି ପଢ଼ନ୍ତୁ- SBI Trade Finance Officer Recruitment :ଟ୍ରେଡ୍ ଫାଇନାନ୍ସ ଅଫିସର ପଦବି ପାଇଁ ନିଯୁକ୍ତି ଆବେଦନ ଆରମ୍ଭ ଆବେଦନ ଫି କେତେ?

ସାଧାରଣ, ଓବିସି ଓ ଇଡବ୍ଲ୍ୟୁ ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି ଦେବାକୁ ପଡ଼ିବ।

ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ, ମହିଳା ଓ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି" ଛାଡ଼ କରାଯାଇଛି।

ଫି" ଅନ୍‌ଲାଇନ୍ ମାଧ୍ୟମରେ ଦେବାକୁ ପଡ଼ିବ।

ଜିଡିଏସ୍‌ ନିଯୁକ୍ତି ପାଇଁ ଆବେଦନ କରିବାର ଗୁରୁତ୍ୱପୂର୍ଣ୍ଣ ତାରିଖ ଭାରତ ପୋଷ୍ଟ ଜିଡିଏସ୍‌ ନିଯୁକ୍ତି ପାଇଁ ଓଟିଆର୍‌ ପ୍ରକ୍ରିୟା ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧୯, ୨୦୨୬ ପର୍ଯ୍ୟନ୍ତ ଚାଲିବ।

ଅନ୍‌ଲାଇନ୍ ଆବେଦନ ୨ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର, ୨୦୨୬ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ।

ଆବେଦନ ପାଇଁ ସଂଶୋଧନ ୱିଣ୍ଡୋ ସେପ୍ଟେମ୍ବର ୨୩ ଓ ୨୪, ୨୦୨୬ରେ ଉପଲବ୍ଧ ହେବ।

କିପରି ଆବେଦନ କରିବେ?

ଜିଡିଏସ୍‌ ପଦବୀ ପାଇଁ ଆବେଦନ କରିବାକୁ ପ୍ରଥମେ ଇଣ୍ଡିଆ ପୋଷ୍ଟ ଜିଡିଏସ୍‌ ନିଯୁକ୍ତି ପୋର୍ଟାଲ https://www.indiapost.gov.in/gdsonlineengagement ରେ ୱାନ୍‌-ଟାଇମ୍‌ ରେଜିଷ୍ଟ୍ରେସନ୍‌ (ଓଟିଆର୍‌) କରିବାକୁ ପଡ଼ିବ।

ପଞ୍ଜୀକରଣ ପାଇଁ ମୋବାଇଲ୍ ନମ୍ବର୍‌ ଓ ଇମେଲ୍ ଆଇଡି ଆବଶ୍ୟକ ହେବ।

ପଞ୍ଜୀକରଣ ପରେ ମିଳିଥିବା ରେଜିଷ୍ଟ୍ରେସନ୍ ନମ୍ବର ଓ ପାସ୍‌ୱାର୍ଡରେ ଲଗ୍ ଇନ୍ କରି ଆବେଦନ ଫର୍ମ ପୂରଣ କରିପାରିବେ।

ଫର୍ମରେ ବ୍ୟକ୍ତିଗତ ସୂଚନା, ଦଶମ ଶ୍ରେଣୀର ଶିକ୍ଷାଗତ ତଥ୍ୟ ଓ ପସନ୍ଦର ଡାକ ବିଭାଗ ସମ୍ପର୍କିତ ସୂଚନା ଦେବାକୁ ପଡ଼ିବ।

ଏହାପରେ ନିର୍ଦ୍ଧାରିତ ଆକାରରେ ଫଟୋ ଓ ଦସ୍ତଖତ ଅପ୍‌ଲୋଡ୍ କରିବାକୁ ପଡ଼ିବ।

ଫଟୋ ଜେପିଜି/ଜେପିଇଜି ଫର୍ମାଟ୍‌ରେ ୩୦ରୁ ୧୦୦ କେବି ଏବଂ ଦସ୍ତଖତ ୨୦ରୁ ୧୦୦ କେବି ମଧ୍ୟରେ ହେବା ଆବଶ୍ୟକ।

ଫର୍ମ ଦାଖଲ କରିବା ପୂର୍ବରୁ ସମସ୍ତ ତଥ୍ୟ ଭଲ ଭାବେ ଯାଞ୍ଚ କରନ୍ତୁ।

ଯେଉଁ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ଲାଗୁ ହେଉଛି, ସେମାନେ ଫି ଦେବା ପରେ ଆବେଦନ ଦାଖଲ କରନ୍ତୁ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।