India Proposes Mandatory ADAS: ଆଗରେ ବିପଦ ଦେଖିଲେ ନିଜେ ଅଟକିବ କାର୍! ଏହିଦିନରୁ ବଦଳିବ କାର୍ର ନିୟମ
ରାସ୍ତାରେ ଆଉ ହଠାତ୍ ଦୁର୍ଘଟଣାର ଭୟ କମିବ।
ଡ୍ରାଇଭରଙ୍କ ଆଖି ଆଗରେ ଯଦି ଦୁର୍ଘଟଣାର ବିପଦ ଦେଖାଦିଏ, ଆଉ ଡ୍ରାଇଭର ବ୍ରେକ୍ ନ ମାରନ୍ତି, ତେବେ କାର୍ ନିଜେ ଲଗାଇବ ବ୍ରେକ୍।
ଏଥିପାଇଁ କାର୍ରେ ଅଟୋମେଟିକ୍ ଏମର୍ଜେନ୍ସି ବ୍ରେକିଂ ସିଷ୍ଟମ୍କୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛି କେନ୍ଦ୍ର ସରକାର।
୨୦୩୨ ଅକ୍ଟୋବରରୁ ସବୁ ଯାତ୍ରୀବାହୀ କାର୍ରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ରହିଛି।
Advertisment ପ୍ରସ୍ତାବ ଅନୁସାରେ, ୨୦୩୦ ଅକ୍ଟୋବରରୁ ନୂଆ M1 ମଡେଲ୍ରେ ଏହା ବାଧ୍ୟତାମୂଳକ ହେବ।
୨୦୩୨ରୁ ପୂର୍ବରୁ ଉତ୍ପାଦନ ହେଉଥିବା ମଡେଲ୍ଗୁଡ଼ିକୁ ମଧ୍ୟ ଏହାର ପରିସରକୁ ଅଣାଯିବ।
ଏହାସହ ଟ୍ୟାକ୍ସି ପାଇଁ ଡ୍ରାଇଭରଙ୍କ ନିଦ ଓ ଧ୍ୟାନ ଉପରେ ନଜର ରଖୁଥିବା ସିଷ୍ଟମ୍ ଏବଂ ଲେନ୍ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।
ତେବେ ଏହା ଏବେ ଏକ ଚିଠା ପ୍ରସ୍ତାବ।
ଏହା ଉପରେ ୩୦ ଦିନ ମଧ୍ୟରେ ଜନସାଧାରଣ ନିଜର ମତାମତ ଦେଇପାରିବେ।
ମତାମତ ଓ ଆପତ୍ତି ବିଚାର କରିବା ପରେ ସରକାର ଚୂଡ଼ାନ୍ତ ନିୟମ ଘୋଷଣା କରିବେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।