Jatra Night Turns Costly: ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ସବୁ ଲୁଟିନେଲେ ଦୁର୍ବୃତ୍ତ!

Oct 23, 2026 - 16:29
Jatra Night Turns Costly: ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ସବୁ ଲୁଟିନେଲେ ଦୁର୍ବୃତ୍ତ!

ଗାଁରେ ଯାତ୍ରା ଚାଲିଥିଲା, ଆଉ ଏପଟେ ଘରେ ପଶି କଳାକନା ବୁଲାଇଦେଲେ ଦୁର୍ବୃତ୍ତ।

ଘରେ କେହି ନଥିବାର ସୁଯୋଗ ନେଇ ଗ୍ରିଲ୍ ଭାଙ୍ଗି ଭିତରେ ପଶିଲେ।

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ।

ବାଲେଶ୍ୱର ଜିଲ୍ଲା ଜୟଦେବକସବା ଅଞ୍ଚଳରେ ଘଟିଥିବା ଏହି ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment ସୂଚନା ଅନୁସାରେ, ଜୟଦେବକସବା ଅଞ୍ଚଳର କାଳିପଦ ଗିରିଙ୍କ ପରିବାର ଲୋକେ ଗତକାଲି ରାତିରେ ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ।

ଘରେ କେହି ନଥିବାର ସୁଯୋଗକୁ ଅପେକ୍ଷା କରି ଦୁର୍ବୃତ୍ତମାନେ ଲୁଟ୍ ଯୋଜନା କରିଥିବା ସନ୍ଦେହ କରାଯାଉଛି।

ପରିବାର ଘରେ ନଥିବା ବେଳେ ଦୁର୍ବୃତ୍ତମାନେ ଗ୍ରିଲ୍ ଭାଙ୍ଗି ଘର ଭିତରକୁ ପଶିଥିଲେ।

ଏହାପରେ ଘରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ।

ଲୁଟ୍‌ରେ କେତେ ଟଙ୍କାର ସମ୍ପତ୍ତି ଯାଇଛି, ତାହାର ସଠିକ୍ ହିସାବ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Advertisment ଅଭିଯୋଗ ପରେ ପୋଲିସର ତଦନ୍ତ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଦୁର୍ବୃତ୍ତମାନେ କେଉଁ ପରିସ୍ଥିତିରେ ଘରେ ପଶିଲେ, ଲୁଟ୍‌ରେ କେତେ ଟଙ୍କାର ସମ୍ପତ୍ତି ଚୋରି ହୋଇଛି ଏବଂ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି।

ଯାତ୍ରା ଦେଖିବାକୁ ଯାଇଥିବା ପରିବାରର ଘରକୁ ଟାର୍ଗେଟ୍ କରି ଏପରି ଲୁଟ୍ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି।

ତେବେ ଏହି ଲୁଟ୍‌ ପଛରେ କିଏ ଅଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।