India T20 Series: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଚାପ୍ମାନ, ଫୋକ୍ସ ବାଦ୍
"ୱେଲିଂଟନ୍: ଆହତ ଯୋଗୁଁ ନ୍ୟୁଜିଲାଣ୍ଡ ବ୍ୟାଟର୍ ମାର୍କ ଚାପମାନ୍ ଓ ଦ୍ରୁତ ବୋଲର ଜାକ୍ ଫୋକ୍ସ ଆଗାମୀ ଭାରତ ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି।
ଗତ ମାସରେ ୟୁରୋପୀୟ ଟ୍ବେଣ୍ଟି-୨୦ ଲିଗ୍ ବେଳେ ଚାପ୍ମାନ୍ଙ୍କ ବାମ ଜଙ୍ଘ ମାଂସପେସୀ ଟାଣି ହୋଇଥିଲା। ଫଳରେ ତାଙ୍କୁ ଟ୍ବେଣ୍ଟି-୨୦ ଦଳରୁ ବାଦ୍ ଦିଆଯାଇଛି।
ହେଲେ ସେ ଦିନିକିଆ ଶୃଙ୍ଖଳା ବେଳକୁ ସୁସ୍ଥ ହୋଇ ଦଳରେ ଯୋଗଦେବାର ସମ୍ଭାବନା ରହିଛି।Advertisment ଅନ୍ୟପକ୍ଷରେ ଅଭ୍ୟାସ ବେଳେ ଫୋକ୍ସଙ୍କ ଡାହାଣ ପିଚାରେ ଆଘାତ ଲାଗିଥିଲା।
ଫଳରେ ତାଙ୍କ ଫେରିବା ନେଇ ସ୍ପଷ୍ଟ ହୋଇନି।
ତେଣୁ ଚାପ୍ମାନ ଓ ଫୋକ୍ସଙ୍କ ସ୍ଥାନରେ ଅଲ୍ରାଉଣ୍ଡର ଜୋସ୍ କ୍ଲାର୍କସନ୍ ଓ ଦ୍ରୁତ ବୋଲର ବ୍ଲେୟର ଟିକ୍ନରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ୍ ନ୍ୟୁଜିଲାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ବେଣ୍ଟି-୨୦ ଶୃଙ୍ଖଳା ଖ୍ରୀଷ୍ଟଚର୍ଚ୍ଚରୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୫ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ସହ ୨ଟି ଟେଷ୍ଟ୍ ଖେଳିବ।
ଚଳିତ ମାସ ୨୨ରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖ୍ରୀଷ୍ଟଚର୍ଚ୍ଚରୁ ଆରମ୍ଭ ହେବ।
ଏହାପରେ ୨୪, ୨୭, ୩୦ ଓ ନଭେମ୍ବର ୧ ତାରିଖରେ ଅନ୍ୟ ୪ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ।
ଦିନିକିଆ ଶୃଙ୍ଖଳା ଯଥାକ୍ରମେ ନଭେମ୍ବର, ୪, ୭, ୧୦, ୧୩ ଓ ୧୫ ତାରିଖରେ ଖେଳାଯିବ।
ଟେଷ୍ଟ୍ ଦ୍ବୟ ଯଥାକ୍ରମେ ୧୯-୨୩ ଏବଂ ୨୭-ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଫିନ୍ ଆଲେନ, ମାଇକେଲ ବ୍ରେସ୍ୱେଲ, ଜୋସ କ୍ଲାର୍କସନ, ଡେଭନ କନୱେ, ଜାକବ ଡଫି, ଲୁକି ଫର୍ଗୁସନ, ମ୍ୟାଟ୍ ହେନରି, ବେଭନ ଜାକବ୍ସ, କାଇଲ ଜାମିସନ, ଆଦମ ମିଲ୍ନେ, ଡାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ ସେଫର୍ଟ, ନାଥନ ସ୍ମିଥ, ବ୍ଲେୟର ଟିକ୍ନର୍।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।