09 OCTOBER 2026

Welcome!

Unlock your personalized experience.
Sign Up

world of AI: ଏଆଇ ଦୁନିଆରେ ଲିଙ୍ଗଭେଦ!

Oct 09, 2026 - 09:13
world of AI: ଏଆଇ ଦୁନିଆରେ ଲିଙ୍ଗଭେଦ!

ଆୟର୍‌ଲାଣ୍ଡ୍‌ର ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଚିନ୍ତାଜନକ ମଧ୍ୟ। ବାସ୍ତବ ଦୁନିଆର ଅଫିସରୁ ଆରମ୍ଭ କରି ଭର୍ଚୁଆଲ୍ ଅଫିସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ପ୍ରତି ଅନ୍ୟାୟ ଓ ପକ୍ଷପାତିତା ବଜାୟ ରହିଛି ବୋଲି ଏହା ଇଙ୍ଗିତ କରୁଛି। ଲିେମରିକ୍ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଭର୍ଚୁଆଲ୍ ଅଫିସରେ କାମ କରୁଥିବା ପୁରୁଷ ଏଆଇ ଏଜେଣ୍ଟଙ୍କ ତୁଳନାରେ ମହିଳା ଏଆଇ ଏଜେଣ୍ଟମାନଙ୍କୁ ପ୍ରାୟ ୧୦.୨୫ ପ୍ରତିଶତ କମ୍ ଦରମା ବା ପାରିଶ୍ରମିକ ଦିଆଯାଇଛି। ସବୁଠାରୁ ରୋଚକ ବିଷୟ ହେଉଛି, ଉଭୟ ପୁରୁଷ ଓ ମହିଳା ଏଆଇ ଏଜେଣ୍ଟ ସମାନ ପ୍ରକାରର କାମ ଓ ସମାନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଆନ୍ତି। କେବଳ ସେମାନଙ୍କୁ ପୁରୁଷ ଓ ମହିଳା ଭାବେ ଭିନ୍ନ ଭିନ୍ନ ପରିଚୟ ଦିଆଯାଇଥାଏ। ଏହି ଅଧ୍ୟୟନରେ ୧୮୯ ଜଣ ବ୍ୟକ୍ତିଙ୍କୁ ଏକ ଭର୍ଚୁଆଲ୍‌ ରିଆଲିଟି ଅଫିସ୍‌ରେ ନିଯୁକ୍ତ କରାଯାଇଥିଲା। 

Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା

ପ୍ରତ୍ୟେକ କାମ ସାରିବା ପରେ ସେମାନଙ୍କୁ ନିଜ ସମେତ ଏଆଇ ଏଜେଣ୍ଟମାନଙ୍କୁ ଆର୍ଥିକ ପୁରସ୍କାର ଦେବା ପାଇଁ କୁହାଗଲା। ଶେଷରେ ଦେଖାଗଲା ଯେ ମହିଳା ଏଆଇ ଏଜେଣ୍ଟଙ୍କୁ ପୁରୁଷ ଏଜେଣ୍ଟଙ୍କ ଅପେକ୍ଷା ୧୦.୨୫% କମ୍‌ ଅର୍ଥ ମିଳିଥିଲା।

Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ

ଆହୁରି ମଧ୍ୟ ଜଣାପଡ଼ିଛି ଯେ ଅଧିକ ମଣିଷ ଭଳି ଦେଖାଯାଉଥିବା ଏଜେଣ୍ଟମାନଙ୍କୁ ଅଧିକ ପାରିଶ୍ରମିକ ମିଳିଛି। କିନ୍ତୁ ମହିଳାଙ୍କ ପରି ଦିଶୁଥିବା ଏଆଇ ଏଜେଣ୍ଟମାନଙ୍କୁ କମ୍ ମଣିଷସୁଲଭ ବିବେଚନା କରାଯାଇ କମ୍ ପୁରସ୍କୃତ କରାଯାଇଛି। ଏହି ଅଧ୍ୟୟନର ବଡ଼ ନିଷ୍କର୍ଷ ହେଲା, ଏଆଇ ପ୍ରଯୁକ୍ତିବିଦ୍ୟା ସମାନ ହେଲେ ମଧ୍ୟ ମଣିଷଙ୍କ ମାନସିକତା ଲିଙ୍ଗ ଭିତ୍ତିରେ ବିଭେଦମୂଳକ ରହିଛି। ଆମେ କର୍ମକ୍ଷେତ୍ରର ଅସମାନତା ଓ ଲିଙ୍ଗଗତ ଧାରଣାଗୁଡ଼ିକୁ କୌଣସି ପ୍ରକାରେ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆଣିବା ଉଚିତ ନୁହେଁ ବୋଲି ଏହା ସତର୍କ କରାଇଦେଇଛି। କାରଣ ଏଆଇ ଦୁନିଆରେ ମଧ୍ୟ ଯଦି ପକ୍ଷପାତିତା ପ୍ରବେଶ କରେ ତେବେ ଏହା ସମାଜ ପାଇଁ ଏକ ବଡ଼ ଆହ୍ବାନ ହୋଇ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।