India thrash Sri Lanka by 72 runs: ଭାରତ ଜିତିଲା ମହିଳା ଏସିଆ କପ୍, ଫାଇନାଲରେ ମାତ୍ ଖାଇଲା ଶ୍ରୀଲଙ୍କା

Sep 14, 2026 - 09:24
India thrash Sri Lanka by 72 runs: ଭାରତ ଜିତିଲା ମହିଳା ଏସିଆ କପ୍, ଫାଇନାଲରେ ମାତ୍ ଖାଇଲା ଶ୍ରୀଲଙ୍କା

ଭାରତ ଜିତିଲା ମହିଳା ଏସିଆ କପ୍। ଫାଇନାଲରେ ମାତ୍ ଖାଇଲା ଶ୍ରୀଲଙ୍କା। ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍ କ୍ରିକେଟ୍ ଟ୍ରଫି ଜିତିଛି ଭାରତୀୟ ଦଳ। ରବିବାର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚକୁ ଅତି ସହଜରେ ୭୨ ରନରେ ଜିତି ହର୍ମନପ୍ରୀତଙ୍କ ଟିମ୍।ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୮୩ ରନ୍ ସଂଗ୍ରହ କରିଥିଲା। ଶେଫାଳି ସର୍ବାଧିକ ୬୮ ଓ ସ୍ମୃତି ୫୯ ରନ୍ କରିଥିଲେ।

ଜବାବରେ ଶ୍ରୀଲଙ୍କା ସମାନ ୨୦ ଓଭର ଖେଳି ୧୧୧ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ଅଧିନାୟିକା ଚମାରି ଆଟାପାଟ୍ଟୁ ସର୍ବାଧିକ ୩୬ ରନ୍ କରିଥିଲେ। ଭାରତ ପକ୍ଷରୁ ଶ୍ରୀ ଚାରଣୀ ସର୍ବାଧିକ ୪ ୱିକେଟ୍  ଏବଂ ଦୀପ୍ତି ଶର୍ମା ୩ ୱିକେଟ୍ ନେଇଥିଲେ। ତେବେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଭଳି ମହିଳା କ୍ରିକେଟ୍ ଦଳ ମଧ୍ୟ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ ନକଭୀଙ୍କ ହାତରୁ କପ କିମ୍ବା ମେଡାଲ୍ ନେଇ ନାହାନ୍ତି। ଉପବିଜେତା ଶ୍ରୀଲଙ୍କାକୁ ଚେକ୍ ପ୍ରଦାନ କରିବା ପରେ ପୁରସ୍କାର ବିତରଣୀ ଉତ୍ସବର ସମାପନ ହୋଇଥିଲା।

ସେପଟେ ଏସିଆ କପ ବିଜୟ ପାଇଁ ଭାରତୀୟ ମହିଳା ଟିମରକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଏକ୍ସରେ ଚାମ୍ପିଅନଙ୍କ ଫଟୋ ସେୟାର କରିବା ସହ ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି।  

ଭାରତ ଏସିଆ କପ୍ ଚାମ୍ପିଅନ
ଶ୍ରୀଲଙ୍କା ଆଗରେ ଥିଲା ୧୮୪ ରନ୍ ଟାର୍ଗେଟ୍ 
 ଶ୍ରୀଲଙ୍କା ୧୧୧ ରନରେ ଅଲଆଉଟ
ଭାରତର ସ୍କୋର- ୧୮୩/୫, ଶ୍ରୀଲଙ୍କା- ୧୧୧
ଭାରତର ଶେଫାଳି ୬୮ ଓ ସ୍ମୃତି ୫୯ ରନ୍
ଅଷ୍ଟମ ଟାଇଟଲ ହାତେଇଲା ଭାରତ
ଶ୍ରୀ ଚରଣୀଙ୍କୁ ୪ ଓ ଦୀପ୍ତି ଶର୍ମାଙ୍କୁ ୩ ୱିକେଟ ସଫଳତା
ମୋହସିନ ନକଭୀଙ୍କ ହାତରୁ କପ ନେଲେନି ଚାମ୍ପିଅନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।