India-USA: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ନୀତିଗତ ଭାବେ ଚୂଡ଼ାନ୍ତ ହୋଇଛି: ଗୋର୍‌

Aug 23, 2026 - 17:57
India-USA: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ନୀତିଗତ ଭାବେ ଚୂଡ଼ାନ୍ତ ହୋଇଛି: ଗୋର୍‌

"ନୂଆଦିଲ୍ଲୀ: ଭାରତଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନୀତିଗତ ଦୃଷ୍ଟିରୁ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି।

ଏ ନେଇ ‌କେବଳ ଆଇନଗତ ଓ ବୈଷୟିକ ବିଷୟବସ୍ତୁ ଚୂଡ଼ାନ୍ତ ହେବା କାର୍ଯ୍ୟ ରହିଛି ବୋଲି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍‌ କହିଛନ୍ତି।

ରାଜିନାମା ବିଳମ୍ବ ହେବାର ଏହା ଏକ କାରଣ ବୋଲି ସେ କହିଛନ୍ତି।

ଗତ ମେ ମାସରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତକୁ ୫ ଦିନିଆ ଗସ୍ତରେ ଆସିଥିଲେ।

ଆଉ ଥରେ ସେ ଆସନ୍ତା ଅକ୍ଟୋବରରେ ଭାରତ ଆସିବେ ବୋଲି ଗୋର୍‌ ସୂଚନା ଦେଇଛନ୍ତି।

Advertisment ଆହୁରି ପଢନ୍ତୁ : Karnnataka: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୌତମ ଆଦାନୀ ରୁଷ୍‌ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଆମେରିକା କଂଗ୍ରେସ ପ୍ରୟାସ ଚଳାଇଛି।

ଏ ସଂପର୍କିତ ଏକ ପ୍ରଶ୍ନରେ ‌ଗୋର୍‌ କହିଛନ୍ତି ଯେ କଂଗ୍ରେସରେ ଉଭୟ ଦଳ ପକ୍ଷରୁ ଏହି ବିଲ୍‌ ଆଗତ ହୋଇଛି।

ହ୍ବାଇଟ୍‌ ହାଉସ୍‌ ଏ ନେଇ ପଦକ୍ଷେପ ନେଇନାହିଁ।

ଟ୍ରମ୍ପ ଏଥିପାଇଁ ଚାପ ପକାଉଛନ୍ତି ବୋଲି କୁହାଯାଇ ପାରିବ ନାହିଁ।

ଉକ୍ତ ଶୁଳ୍ପ ପ୍ରସ୍ତାବ ଭାରତକୁ ପ୍ରଭାବିତ କରିବ ବୋଲି ପ୍ରଶ୍ନ ହେବାରୁ ଗୋର୍‌ କହିଛନ୍ତି ପ୍ରଥମ ଦିନରୁ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଛନ୍ତି ଏବଂ ଏଥିପାଇଁ ସେ ଅଙ୍ଗୀକାରବଦ୍ଧ ଅଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ୱାସିଂଟନ ପାଇଁ ଗୁରୁତ୍ବପୂର୍ଣ୍ଣ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।