Heavy rain: ଲଗାଣ ବର୍ଷାରେ ବେହାଲ ଝରିଗାଁ; ଘରେ ଘରେ ପଶିଲା ବର୍ଷା ପାଣି

Aug 23, 2026 - 17:57
Heavy rain: ଲଗାଣ ବର୍ଷାରେ ବେହାଲ ଝରିଗାଁ; ଘରେ ଘରେ ପଶିଲା ବର୍ଷା ପାଣି

"ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି।

ଦୀର୍ଘ ଦିନର ବ୍ୟବଧାନ ପରେ ଝରିଗାଁ ବ୍ଲକରେ ଏଭଳି ବର୍ଷା ହୋଇଥିବା କୁହା ଯାଉଛି।

କେଉଁଠି ବର୍ଷା ପାଣିରେ ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଆପ୍ରୋଜ ରାସ୍ତାକୁ ବ୍ୟାପକ କ୍ଷତି ପହଞ୍ଚାଇଛି।

ସେହିଭଳି ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।

ଘରେ ଘରେ ବର୍ଷା ପାଣି ପ୍ରବେଶ କରିଥିବାରୁ ସାଧାରଣ ଜନତା ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି।

Advertisment ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ ପ୍ରାୟ ୨୦ ଫୁଟ ରାସ୍ତା ଧୋଇ ଯାଇଛି।

ନଦୀ ନିକଟରେ ଥିବା ଗଛ ଗୁଡିକ ମୂଳରୁ ଉପାଡି ହୋଇ ଯାଇଛି।

କାର୍ଲ୍ଲାମାଲ ଠାରୁ କେବିଡ଼ି ଓ କେବିଡ଼ି ଠାରୁ ବରପାଣି ଗ୍ରାମ ଯିବା ରାସ୍ତାରେ ଥିବା ନାଳ ନିକଟରେ ମଧ୍ୟ ପ୍ରାୟ ୧୦ ଫୁଟର ରାସ୍ତା ବର୍ଷା ପାଣିରେ ଧୋଇ ଯାଇଛି।

ଫଳରେ ରେଖାମାଲ ଗ୍ରାମ ସହ ଢେଫଗୁଡ଼ା, କୁର୍ଲୁ ଭଟ୍ଟା, ଧୁମାମ, କେବିଡ଼ି, ଗଇଁଚଚରା, କରାଡଙ୍ଗରି, ବରପାଣି, କାଳିଆପାଣି ଗ୍ରାମର ଲୋକମାନଙ୍କ ପାଇଁ ଯାତାୟାତରେ ସମସ୍ୟା ଦେଖାଦେଇଛି।

ସେହିଭଳି ଝରିଗାଁ-ଡ଼ାବୁଗାଁ ରାସ୍ତାର ରାମସା ଗ୍ରାମ ନିକଟରେ ଥିବା ନଦୀର ନିର୍ମାଣ କାମ ଚାଲିଥିବା ବେଳେ ଏପ୍ରୋଜ ରାସ୍ତା ବର୍ଷା ପାଣିରେ ଧୋଇ ହୋଇଛି।

ଫଳରେ ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଯାତାୟତ ସମ୍ପର୍ଣ୍ଣ ଠଫ ହୋଇଯାଇଛି।

ଫୁପୁଗାଁ ପୋଲ ଉପର ଦେଇ ବର୍ଷା ପାଣି ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି।

ବଡନୀ ଗ୍ରାମ ଠାରୁ ରାମସା ଗ୍ରାମ ରାସ୍ତାରେ ଆଣ୍ଠୁଏ ଉପରେ ବର୍ଷା ପାଣି ବହୁଥିବା ଯୋଗୁଁ ଯାତାୟାତ ସମସ୍ୟା ଦେଖାଦେଇଥିଲା।

Heavy Rain: ଜାରି ରହିଛି ଲଗାଣ ବର୍ଷା, ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତଠୁ ଅଳ୍ପ ଦୂରରେ ଚଚା ପଞ୍ଚାୟତର ଗବାଗୁଡା, ପାର୍ଲିଆଗୁଡ଼ା, ଦାବିରିମୁଣ୍ଡା, ଭେଜିଗୁଡ଼ା, ଛୁଇଁମାଟିଗୁଡ଼ା ଭଳି ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଉପରେ ବର୍ଷା ପାଣି ପ୍ରଭାବିତ ହେଉଥିବା ଯୋଗୁଁ ଯାତାୟତ ସମସ୍ୟା ହୋଇଥିଲା।

ବଡ଼ଟେମେରା ପଞ୍ଚାୟତ ଟାଙ୍ଗିନୀ ଗ୍ରାମରେ ଏବଂ ବାଣୁଆଗୁଡ଼ା ପଞ୍ଚାୟତର କୁହୁରାକୋଟ ଗ୍ରାମରେ ବର୍ଷା ପାଣି ଏବଂ କଂଗ୍ରା ଗ୍ରାମରେ ଚିକଣା ନଦୀର ପାଣି ଘର ଘର ଭିତରେ ପ୍ରବେଶ କରି ଖାଦ୍ୟ ସାମଗ୍ର ସହ ଆବାସ ପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି।

ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଳକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ପଡିଥିବା ବେଳେ ବିଭିନ୍ନ ନଦୀ ପାର୍ଶ୍ୱରେ ହୋଉଥିବା ଧାନ ଚାଷ ଗୁଡିକ ନଷ୍ଟ ହେବା ଚାଷୀ ଆଶଙ୍କା କରୁଛନ୍ତି।

ବର୍ଷା ଯୋଗୁଁ କଂଗ୍ରା ଗ୍ରାମର ବିଦ୍ୟା ପୂଜାରୀ, ମନଦେବ ଦଳପତି ଏବଂ ଉର୍ମିଳା ମାଝୀ ପାଲିଆ ପଞ୍ଚାୟତ ଅନ୍ତର୍ଗତ ସିରମାଗୁଡ଼ା ଗ୍ରାମର ତୁଲାବତୀ ସାନ୍ତାଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟ ପରେ ଝରିଗାଁ ବ୍ଲକରେ ବର୍ଷା କମିବା ପରେ ବିଭିନ୍ନ ଗ୍ରାମକୁ ଯାତାୟତ ସ୍ଵବାବିକ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।