India VS New Zealand: ଦିନିକିଆରୁ ପ୍ରସିଦ୍ଧ ବାଦ୍‌: ଟେଷ୍ଟ ଶୃଙ୍ଖଳାକୁ ଫେରିପାରନ୍ତି

Oct 30, 2026 - 11:44
India VS New Zealand: ଦିନିକିଆରୁ ପ୍ରସିଦ୍ଧ ବାଦ୍‌: ଟେଷ୍ଟ ଶୃଙ୍ଖଳାକୁ ଫେରିପାରନ୍ତି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାରୁ ମାଂସପେସୀ ଟାଣି ହେବା ଜନିତ ଆଘାତ ସମସ୍ୟାରେ ପଡ଼ିଥିବା ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ବାଦ୍‌ ପଡ଼ିଛନ୍ତି।

ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବେ।

ପ୍ରସିଦ୍ଧ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତ 'ଏ'-ନ୍ୟୁଜିଲାଣ୍ଡ 'ଏ'ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ୪ଦିନିଆ ମ୍ୟାଚ୍‌ରେ ଖେଳିବାର ସମ୍ଭାବନା ରହିଛି।

ଏଥିପାଇଁ ତାଙ୍କୁ ରିଟର୍ନ ଟୁ ପ୍ଲେ (ଆର୍‌ଟିପି) ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

Advertisment ଅନ୍ୟପକ୍ଷରେ, ମହମ୍ମଦ ସିରାଜ ଶନିବାରଠୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ଏ' ବିପକ୍ଷ ଦ୍ୱିତୀୟ ୪ଦିନିଆ ମ୍ୟାଚ୍‌ ଲାଗି ଭାରତ 'ଏ' ଦଳରେ ସାମିଲ ହୋଇଛନ୍ତି।

ସେହିପରି ଟେଷ୍ଟ୍‌ ଅଭ୍ୟାସ ଲାଗି ପ୍ରଥମ ଦିନିକିଆ ଦଳରେ ଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ତୃତୀୟ ୪ଦିନିଆ ମ୍ୟାଚ୍‌ ଲାଗି ଭାରତ 'ଏ' ଦଳରେ ସାମିଲ କରାଯାଇଛି।

ଭାରତ-ନ୍ୟୁଜିଲାଣ୍ଡ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ନଭେମ୍ବର ୧୯ରୁ ଖେଳାଯିବ।

ଦ୍ବିତୀୟ ୪ଦିନିଆ ମ୍ୟାଚ୍‌ ଲାଗି ଭାରତ 'ଏ' ଦଳ ଦ୍ବିତୀୟ ୪ଦିନିଆ ମ୍ୟାଚ୍‌ ଲାଗି ଭାରତ 'ଏ' ଦଳ: ଯଶସ୍ବୀ ଜୟସ୍ବାଲ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ, ୟଶ ରାଠୋଡ଼, ଆର୍‌ ସ୍ମରଣ, ଧ୍ରୁବ ଜୁରେଲ (ୱିକେଟ୍‌କିପର, ଅଧିନାୟକ), ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଆକାଶ ଦୀପ, ଶିଖର ମୋହନ, ମୁକେଶ ଚୌଧୁରୀ, ମୁକେଶ କୁମାର, ମାନବ ସୁତାର, କୁମାର କୁଶଗ୍ରା (ୱିକେଟ୍‌କିପର)।

ଭାରତୀୟ ଦିନିକିଆ ଦଳ (ପ୍ରଥମ ୩ ଦିନିକିଆ): ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍‌ ରାହୁଲ (ୱିକେଟ୍‌କିପର), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୂର ବ୍ରାର, ଋତୁରାଜ ଗାଏକ୍ବାଡ, ଅର୍ଶଦୀପ ସିଂହ, ଈଶାନ କିଶନ (ୱିକେଟ୍‌କିପର), ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ମ୍ୟାଚ୍‌)।

Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ ଭାରତୀୟ ଦିନିକିଆ ଦଳ (ଶେଷ ୨ ଦିନିକିଆ): ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଈଶାନ କିଶନ (ୱିକେଟ୍‌କିପର, ଉପଅଧିନାୟକ), ଅକ୍ଷର ପଟେଲ, ନମନ ଧୀର, ଆକ୍ବିବ ନବି, ଗୁରନୂର ବ୍ରାର, ଋତୁରାଜ ଗାଏକ୍ବାଡ, ଅର୍ଶଦୀପ ସିଂହ, କୁମାର କୁଶଗ୍ରା (ୱିକେଟ୍‌କିପର), ମହମ୍ମଦ ସିରାଜ, ୟଶ୍‌ ଠାକୁର, କୁଲଦୀପ ଯାଦବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।