Indian Air Force: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

Oct 31, 2026 - 18:10
Indian Air Force: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ।

ଶନିବାର ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଛନ୍ତି।

ତାଙ୍କ ପୂର୍ବରୁ ଏହି ଦାୟିତ୍ୱରେ ଥିବା ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ ୪୩ ବର୍ଷର ଗୌରବମୟ ସାମରିକ ସେବା ପରେ ଅବସର ନେଇଛନ୍ତି।

Advertisment ପୂର୍ବରୁ ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଦୀକ୍ଷିତଙ୍କର ପ୍ରାୟ ଚାରି ଦଶନ୍ଧିର ସାମରିକ ଅଭିଜ୍ଞତା ରହିଛି।

'ଅପରେସନ ସିନ୍ଦୂର'ରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ଜଣେ ଦକ୍ଷ ଯୁଦ୍ଧବିମାନ ଚାଳକ ଭାବେ ତାଙ୍କର ୩,୫୦୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି।

ମିରାଜ-୨୦୦୦, ମିଗ୍‌, ଜାଗୁଆର ଓ ତେଜସ୍‌ ଭଳି ବିମାନ ଉଡ଼ାଇବାରେ ସେ ଅଭିଜ୍ଞ।

ଦୀକ୍ଷିତ ମଧ୍ୟ ଜଣେ ଯୋଗ୍ୟ ଫ୍ଲାଇଂ ପ୍ରଶିକ୍ଷକ ତାଙ୍କ ନେତୃତ୍ୱରେ ଭାରତୀୟ ବାୟୁସେନା ର ଆଧୁନିକୀକରଣ, ଯୁଦ୍ଧବିମାନ କ୍ଷମତା ବୃଦ୍ଧି ଓ ସାମରିକ ପ୍ରସ୍ତୁତି ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ), ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ, ବାଂଲାଦେଶ ଓ ଜାତୀୟ ପ୍ରତିରକ୍ଷା କଲେଜର ପୂର୍ବତନ ଛାତ୍ର ଦୀକ୍ଷିତ ମଧ୍ୟ ଜଣେ ଯୋଗ୍ୟ ଫ୍ଲାଇଂ ପ୍ରଶିକ୍ଷକ।

ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେ ଫାଇଟର ସ୍କ୍ୱାର୍ଡନର କମାଣ୍ଡ ଗ୍ରହଣ କରିବା ପୂର୍ବରୁ ବାୟୁସେନା ଟେଷ୍ଟ ପାଇଲଟ୍ ସ୍କୁଲରେ ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।